୪୩ ଗ୍ରାମ ବ୍ରାଉନ ସୁଗାର ଜବତ ୧ ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଚଢାଉ କରି ଦୀପ୍ତି ରଞ୍ଜନ ନାଏକ(୪୨)ନାମକ ଏକ ଯୁବକ ଙ୍କ ଠାରୁ ୪୩ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ। ଏ ସଂକ୍ରାନ୍ତ ରେ ନିମାପଡା ଅବକାରୀ ଥାନା ରେ ଏକ ମାମଲା କେସ ନଂ ୩/୨୩-୨୪ ରୁଜ୍ଜୁ ହୋଇଛି। ଅଭିଯୁକ୍ତ ଚୋରା ବ୍ୟବସାୟୀ ଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା। କୋଟ ରେ ଜାମିନ ନା ମଞ୍ଜୁର ହେବାରୁ ଅଭିଯୁକ୍ତ କୁ ନିମାପଡା ଉପ କାରାଗାରକୁ ପଠାଇ ଦିଆଯାଇଛି। ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷ ୩୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଏହି ଚଢ଼ାଉରେ ଅବକାରୀ ଏ.ଏସ.ଆଇ ଜିତେନ୍ଦ୍ର ବେହେରା କର୍ମଚାରୀ ଡଲିମଣୀ ବେହେରା,ମାନସ ନାଏକ,ଦୀନବନ୍ଧୁ ବାରିକ,ତପନ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ