୪୪ତମ ସର୍ବ ଭାରତୀୟ ବୃହତ ବନ୍ଦର ଫୁଟବଲ ଚମ୍ପିୟନସିପ୍ ଉଦଘାଟିତ

ପାରାଦୀପ, (ପୀତବାସ ପ୍ରଧାନ):୪୪ତମ ସର୍ବ ଭାରତୀୟ ବୃହତ ବନ୍ଦର ଫୁଟବଲ ଚମ୍ପିୟନସିପ୍ ରବିବାର ଦିନ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ. ହରନାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଂଟକୁ ଉଦଘାଟିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଏ.କେ. ବୋଷ, ଲେଡିଜ କ୍ଲବ ଉପସଭାନେତ୍ରୀ ଶୁଚିସ୍ମିତା ବୋଷ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ଛଅ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୭ଟି ବୃହତ ବନ୍ଦରର ୧୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏହି କ୍ରୀଡା ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଉଦଯାପିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ