ପାରାଦୀପରେ ରାଜ୍ୟସ୍ତରୀୟ ଗୋସୋକୁ ରିୟୁ କରାଟେ ପ୍ରଶିକ୍ଷଣ ଶିବିର

ପାରାଦୀପ, (ପୀତବାସ ପ୍ରଧାନ):ପାରାଦୀପ ପାନ୍ଥ ନିବାସ ଠାରେ ରାଜ୍ୟସ୍ତରୀୟ ଗୋସୋକୁ ରିୟୁ କରାଟେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶନିବାର ଓ ରବିବାର ଦୁଇ ଦିନ ଧରି ଚାଲିଥିବା ଏହି ଶିବିରରେ ରାଜ୍ୟର ୧୦୦ ରୁ ଉର୍ଦ୍ଦ କରାଟେକା ଅଂଶଗ୍ରହଣ କରିଥିଲେ । ଆଇଜିକେଏ ଓଡିଶା ମୁଖ୍ୟ ସିହାନ ସଂଜୟ ସାହା ଏବଂ ଉପମୁଖ୍ୟ ପ୍ରଶିକ୍ଷକ ପ୍ରଶାନ୍ତ ବିଶ୍ୱାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜାତୀୟ ଗୋସୋକୁ ରିୟୁ କରାଟେ ମୁଖ୍ୟ ହାଂସି ଭଗବାନ ଚୌଧୁରୀ ଯୋଗ ଦେଇ କରାଟେକା ମାନଙ୍କୁ ନୂତନ ରଣକୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନୀ ଅବସରରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ କରାଟେକା ମାନଙ୍କୁ ଶିବିର ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କରାଟେ ପ୍ରଶିକ୍ଷକ ରଶ୍ମି ରଂଜନ ମଲ୍ଲିକ, ଯଦୁ ହାଁସଦା, ତପନ ମଣ୍ଡଳ, ରାହୁଲ ମହାନ୍ତି, ସୁଧାଂଶୁ ବାରିକ, ସୁବାସ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ