ମହୁଲି ମଦ ସହ ୪ ଗିରଫ

ଅନୁଗୋଳ, ( ଯୁଗାବ୍ଦ ନ୍ୟୁଜ): ଅନୁଗୋଳ ଜିଲା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ପରଙ୍ଗ ଓ ସାକସିଂହା ଗ୍ରାମରେ ଚଢାଉ କରାଯାଇ ବେଆଇନ ୪୬ଲିଟର ମହୁଲି ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଦୁଶାସନ ବେହେରା, ନିଶାମଣି ବେହେରା, ସୁରେଶ ନାଏକ ଓ ଘନ ବେହେରା। ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ, ଉକ୍ତ ଅଞ୍ଚଳରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଖବରପାଇ ଅବକାରୀ ଇନ୍ସିପେକ୍ଟର କରୁଣା ଶଙ୍କର ତିୱାରୀଙ୍କ ନେତୃତ୍ୱରେ ଅନୁଗୋଳ ଅବକାରୀ ଥାନା ଏସଆଇ ଅରବିନ୍ଦ ରାଉତ ରାଏ, ହେମନ୍ତ କୁମାର ନାୟକ, ବିଜୟ କୁମାର ସାମଲ, ଜାକିର ହୁସେନ, ସନ୍ତୋଷ କୁମାର ସେନାପତି, ରଜନୀ ପ୍ରଭା କିଷାନଙ୍କ ସମେତ ୧୦ରୁ ଊଦ୍ଧର୍ବ କର୍ମଚାରୀ ଚଢାଉ କରିଥିଲେ। ଏ ନେଇ ଅନୁଗୋଳ ଅବକାରୀ ଥାନା ପକ୍ଷରୁ ୪ଟି ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ