୪ ଗୋଟି ଟ୍ରାକ୍ଟର ଓ ୨ ଜେସିବି ଜବତ : ୫୧,୨୮୦ ଟଙ୍କା ଅର୍ଥଦଣ୍ଡ ଆଦାୟ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଏପ୍ରିଲ ୦୬ ତାରିଖ ଦିନ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଚାରି ଗୋଟି ଟ୍ରାକ୍ଟର ଓ ଦୁଇ ଗୋଟି ଜେସିବି ଜବତ କରି ୫୧ ହଜାର ୨୮୦ ଟଙ୍କା ଜରିମାନା ଆଦାୟ କରି ହସ୍ତାନ୍ତର କରିଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ବୁଗୁଡା ତହସିଲ ଅନ୍ତର୍ଗତ ସୁବୁଦ୍ଧିପଲ୍ଲୀ ରାଜସ୍ବ ଗ୍ରାମ ପରିସରରୁ ଦୁଇଟି ଜେସିବି ଦ୍ୱାରା ମାଟି ଖୋଳି ଟ୍ରାକ୍ଟର ଦ୍ୱାରା ବେଆଇନ ଭାବେ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ତହସିଲଦାର ଶ୍ରୀ ଜେନାଙ୍କ ନେତୃତ୍ୱରେ ବୁଗୁଡା ରାଜସ୍ୱ ନିରୀକ୍ଷକ ଓ ରାଜସ୍ୱ ବିଭାଗ କର୍ମଚାରୀ ବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ମାଟି ବୋଝେଇ ହୋଇଥିବା ଚାରି ଗୋଟି ଟ୍ରାକ୍ଟର ଓ ମାଟି ଖୋଳି ଟ୍ରାକ୍ଟରରେ ଭର୍ତ୍ତି କରୁଥିବା ଦୁଇଟି ଜେସିବି କୁ ଜବତ କରି ତହସିଲ କାର୍ଯ୍ୟାଳୟ ନିକଟକୁ ଆଣିଥିଲେ। ବୁଗୁଡା ତହସିଲଦାର ଶ୍ରୀ ଜେନା ଜବତ ୪ ଗୋଟି ଟ୍ରାକ୍ଟର ଓ ୨ ଗୋଟି ଜେସିବି ପାଇଁ ୫୧,୨୮୦ ଟଙ୍କା ଜରିମାନା ଆଦାୟ କରି ଗାଡି ଗୁଡିକୁ ହସ୍ତାନ୍ତର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ