୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବା ନେଇ ଏସପିଙ୍କୁ ଭେଟିଲେ ମୃତ ବାଦଲଙ୍କ ପରିବାର

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗତ ମେ ମାସ ୧୪ ତାରିଖରେ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ବାଦଲ ସାହୁ ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ୍ କରିବା ଓ ତାଙ୍କ ମୃତ୍ୟୁ ପ୍ରମାଣପତ୍ର ଯୋଗାଇଦେବା ନେଇ ସୋମବାର ଗଞ୍ଜାମ ଏସପିଙ୍କୁ ଭେଟିଲେ ମୃତ ବାଦଲଙ୍କ ବାପା ଝୁନୁ ସାହୁ, ବାପା କବିରାଜ ସାହୁ ଓ ଭାଇ ତୋଫାନ ସାହୁ । ସୂଚନା ଥାଉ କି, ଗତ ମେ ୧୪ ତରିଖରେ ବାଦଲଙ୍କୁ ତାଙ୍କ ଗ୍ରାମରୁ ବାସନ୍ଦ କରାଯାଇଥିବା ଘଟଣାର ତଦନ୍ତ ହେଉନଥିବା ରୁ ବାଦଲ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରୁ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ , ବ୍ରହ୍ମପୁର ମେଡିକାଲ ଓ ପରେ ଭୁବନେଶ୍ୱର ମେଡିକାଲ ପଠାଯାଇଥିଲା । ସେଠାରେ ବାଦଲଙ୍କ ମୃତ୍ୟୁ ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ