ଛତ୍ରପୁର ଠାରେ ପ୍ଲାଷ୍ଟିକ ଆଣନ୍ତୁ ଥଳି କିମ୍ବା ମାସ୍କ ନିଅନ୍ତୁ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଠାରେ ଏଚଡିଏଯସି ବ୍ୟାଙ୍କ, ସେଣ୍ଟର ଫର ଏନଭାଇରନମେଣ୍ଟ ଏଜୁକେସନ ଓ ଛତ୍ରପୁର ଏନଏସିର ମିଳିତ ସହଯୋଗରେ ପ୍ଲାଷ୍ଟିକ ଆଣନ୍ତୁ ଥଳି କିମ୍ବା ମାସ୍କ ନିଅନ୍ତୁ କାର୍ଯ୍ୟକ୍ରମ ସୋମବାର ପାଳନ କରାଯାଇଛି । ଏହି ଅବସରରେ ଛତ୍ରପୁର ଏନଏସି କାର୍ଯ୍ୟାଳୟ ଠାରେ ଏକ ଶୋଭାଯାତ୍ରାକୁ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌. ଗଣେଷ ବାବୁ ସବୁଜ ପତାକା ଦେଖଇ ଉଦଘାଟନ କରିଥିଲେ । ରାଲିଟି ଛତ୍ରପୁର ଏନଏସି କାର୍ଯ୍ୟାଳୟ ଠାରୁ ବାହାରି ଲୋୟାର ବସଷ୍ଟାଣ୍ଡ, ରିକାପଲ୍ଲୀ, ମେଇନ ରୋଡ୍ ଦେଇ ଅପର ବସଷ୍ଟାଣ୍ଡ ଠାରେ ପହଂଚିଥିଲା । ସେଠାରେ ପୂର୍ବରୁ ସ୍ଥାପନ କରାଯାଇଥିବା ରିଭର୍ସ ଭେଣ୍ଡିଙ୍ଗ ମେସିନ ନିକଟରେ ଏକ ସଚେତନତା ନାଟକ ଛତିଶଗଡ ର ନେଚର ବଡି ଅନୁଷ୍ଠାନର ପିଲାମାନଙ୍କୁ ନେଇ ପରିବେଷଣ କରାଯାଇଥିଲା । ଏହି ମେସିନ ଚଳାଇବା ପାଇଁ ଭୁବନେଶ୍ୱର କୋର ଏନଜିଓ ରକର୍ମକର୍ତ୍ତାଙ୍କୁ ନିଯୁକ୍ତି କରାଯାଇଛି । ନିଜ ନିଜର ପ୍ଲାଷ୍ଟିକକୁ ଏଣେ ତେଣେ ନ ଫୋପାଡି ଏହି ମେସିନ ରେ ପକାଇଲେ ଏକ କୁପନ ମିଳିଥାଏ । ଏହି କୁପନ ଦେଇ ଯେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବଦଳରେ କନା ବ୍ୟାଗ କିମ୍ବା ମାସ୍କ ଆଣିପାରିବେ ବୋଲି ସେଣ୍ଟର ଫର ଏନଭାଇରନମେଣ୍ଟ ଏଜୁକେସନ୍ ର ପ୍ରୋଜେକ୍ଟ ଆଧିକାରୀ ସାନ୍ତନୁ କୁମାର ସାହୁ ସୂଚନା ଦେଇଛନ୍ତି । ଏହି ରାଲିରେ ଛତ୍ରପୁର ଏନଏସିର ପରିମଳ ନିରୀକ୍ଷକ ଗୌର ହରି ପଣ୍ଡା, ଏନଏସିର ବହୁ କର୍ମଚାରୀ, ଛତିଶଗତ ନେଚର ବଡିର ବହୁ ଛାତ୍ରଛାତ୍ରୀ, ଏନଏସିର ସ୍ୱଚ୍ଛ ସାଥି, ମହିଳା ମାନେ ସାମିଲ ହୋଇ ସଚେତନତା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସେଣ୍ଟର ଫର ଏନଭାଇରନମେଣ୍ଟ ଏଜୁକେସନ୍ ର ପ୍ରୋଜେକ୍ଟ ଅଫିସର ଶ୍ରୀ ସାହୁ ପରିଚାଳନା କରିଥିବା ବେଳେ କୋର୍ ଏନଜିଓର ଜିତେନ୍ଦ୍ର ପଟ୍ଟନାୟକ, କଳିଙ୍ଗ ସାହୁ, ଅଭିଳାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ