୪ ଜୁଆଡି ଗିରଫ
ରାଇରଙ୍ଗପୁର (ଯୁଗାବ୍ଦ ନ୍ୟୁଜ)ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଏବଂ ଆଖପାଖ ଅଞ୍ଚଳରେ ଜୁଆଖେଳ ମାତ୍ରା ହୁଏ ହୁଏ ବଢ଼ି ଚାଲିଛି । ଏହାକୁ ଚେକ ଦେବା ପାଇଁ ରାଇରଙ୍ଗପୁର ଆଦର୍ଶ ଥାନା ଅଣ୍ଟା ଭିଡିଥରି । କିଛି ଦିନ ତଳେ କିଛି ଗରିବ ଜୁଆଡିଙ୍କୁ କୋର୍ଟ ଚାଲାଣ କରିଥିଲେ । ଜୁଆଖେଳ ନେଇ ଜୁଆଡିଙ୍କର ଆଇନ ଏବଂ ପୋଲିସ ସହିତ ଲୁଚକାଳି ଖେଳୁଛନ୍ତି । ଏହାର ସଦ୍ୟ ପ୍ରମାଣ ରାଇରଙ୍ଗପୁର ବଜାରର ର ହାଇପ୍ରଫାଇଲ ଜୁଆଡିଙ୍କୁ ଆଜି ରାଇରଙ୍ଗପୁର ଆଦର୍ଶ ଥାନାଧିକାରୀ ରଂଜନ ସେଠୀଙ୍କ ନେତୃତ୍ୱରେ ଅଟକ ରଖାଯାଇଛି । ସେମାନଙ୍କ ଠାରୁ ନଗଦ ୯୩୦୦ ଟଙ୍କା, ଦୁଇଟା ମଟରସାଇକେଲ, ଦୁଇଟି ମୋବାଇଲ ଏବଂ ଦୁଇ ପାକେଟ ମାସ ଦେବତା କରିଛି । ସେମାନଙ୍କ ନାମରେ ୧୩୨/୧୯ କେଶ ମାମଲା ରୁଜୁ କରାଯାଇଛି । ଅଟକଙ୍କ ନାମ ସୁମିତ ସାହୁ,ଉତ୍ତମ ରାମ,ଜନିତ ଅଗ୍ରୱାଲ ଓ ଅଭିଷେକ ରାମ । ଏମାନଙ୍କୁ ଥାନାରୁ ଖସାଇବାକୁ କିଛି ଶାସକ ଓ ବିରୋଧି ଦଳର ନେତା ଥାନାକୁ ଯାଇ ଜୁଆଡିଙ୍କ ସପକ୍ଷରେ ମତ ରଖୁଥିଲେ । ଟାଉନଥାନାଧିକାରୀ ଚାପକୁ ଭୃକ୍ଷେପ ନ କରି ନିଜ କର୍ତ୍ତବ୍ୟ କୁ ଆଗେଇ ନେଇଥିଲେ ।ବିରି ମାଡ଼ରେ କୋଳଥ ଚାପା ଭଳି ରଂଜନ ସେଠୀଙ୍କ ଛୁଇଁବି ପ୍ରତି କଠୋର କାର୍ୟ୍ୟାନୁଷ୍ଠାନ ଦେଖି ରାଇରଙ୍ଗପୁର ଜୁଆଡିଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଟାଉନଥାନାର ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।