୪ ବର୍ଷ ପରେ ବି ସରୁନି କାମ

ମୋହନା,( ଅଂଶୁମାନ ପଣ୍ଡା):  ଗଜପତି ଜିଲ୍ଲା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି ପିଲା ଜନ୍ମ ରୁ ମୃତ ପର୍ଯ୍ୟନ୍ତ | ସେଥିରେ ଗାଁ କୁ ରାସ୍ତା ପାଣି ବିଦୂତ ବିଦ୍ୟାଳୟ ଶୌଚାଳୟ ଏଭଳିକି ପିଲା ଖେଳିବା ପାଇଁ ପାର୍କ ଛୋଟ ବଡ଼ ଲୋକ ପାଇଁ ଦୌଡ଼ ଖେଳ କୂଦ ପାଇଁ ଏକ ଛୋଟ ଖେଳ ପଡ଼ିଆ କରୁଛନ୍ତି ସେଥିରେ ଏପରି ଦୁର୍ନୀତି ହେଉଛି ଯେମିତି କି ଜିଲ୍ଲା ପାଳ ନଜର କୁ ଅସୁନି | ଏଭଳି ବିଭିନ୍ନ ସମସ୍ୟା ଓ ଦୁର୍ନୀତି ହୋଇଥିଲେ ମଧ୍ୟ ଖବର କାଗଜ ପ୍ରସାରଣ ପରେ ଭି ଚୁପ ଜିଲ୍ଲା ପ୍ରଶାସନ |ଠିକାଦାର ସହ ତଳ କର୍ମଚାରୀ ଲୁଟିବାରେ ବ୍ୟସ୍ତ ତ କେମିତି ହେବ ଉର୍ଣ୍ଣତି ? ମୋହନା ବ୍ଲକ ର ଖୋଦ ମୋହନା ପଞ୍ଚୟତରେ ବସ ବାସ କରନ୍ତି୧୦ହଜାର ରୁ ଉର୍ଦ୍ଧ ପରିବାର | ଏହି ଅଞ୍ଚଳ ର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ଖେଳ ପଡ଼ିଆ, ବଷ୍ଟାଣ୍ଡ,ପାର୍କ, ପୋଲ,ରାସ୍ଥାପାଇଁ ଶିଳାନ୍ୟାସ କରିଥିଲେ | ଏଥି ମଧ୍ୟରେ ବିତିଲାଣି ୭ବର୍ଷ କିନ୍ତୁ ଟେଣ୍ଡର ହୋଇ ୪ ବର୍ଷ ବିତିଲା କିନ୍ତୁ ହୋଇପାରୁନି ପାର୍କ କି ବଷ୍ଟାଣ୍ଡ,ଖେଳପଡ଼ିଆ,ପୋଲ, ରାସ୍ତା ସବୁ ଅଧ୍ୟାପନ୍ତରା ରେ ରହିଛି | ଯିଏ ଠିକାଦାର ସେ ନେତା , ଯଦି କୌଣସି ମତାମତ ପଚାରିବେ ତେବେ ଉତର ମିଳୁଛି ସରକାର ଆମର | ଏଭଳି ଏକ ଘଟଣା  ମୋହନା ଖେଳ ପଡ଼ିଆ ଗତ ବର୍ଷ୪.୧୧.୨୦୧୬ରେ ଏହାର ଠିକାଦାର ଭାବେ ଦାଇତ୍ୱ ନେଲେ ନବଘନ ଗୌଡ଼, ଏହା କାମ ଧୀରେ ଧୀରେ ଆରମ୍ଭ ହେଲା କାମ ଥିଲା ଚତୁରପାର୍ଶ୍ୱ ପାଚେରୀ, ମାଟି ପକାଇ ସମତଳ, ନାଳ, ଗେଟେ ଓ କଲର କାମ ପାଇଁ ଥିଲା୧୭ଲକ୍ଷ୍ୟ୮୦ହଜାର | ଠିକାଦାର ଚତୁରପାର୍ଶ୍ୱ ପାଚେରୀ କରିଲେ ଡ୍ରେନ କାମରେ ବାଲି ଜାଗାରେ ମାଟି ମିଶାଇ ପକାଇଲେ ଯାହା ଫଳରେ ରେ ତାହା ଭୁସିଳି ଗଲାଣି | କାମ ସରିବାର ୫ଟାମାସ ପୁରିନି ଏପରିକି ପଡ଼ିଆରେ କୌଣସି ମାଟି ଭର୍ତ୍ତି ନ କରି ସମତଳ ହଇଥିବା ଦର୍ଶା ଯାଇଛି | କିଛି ଜାଗାରେ ପାଚେରୀ ଫାଟ ଦେଲାଣି,ଗେଟ ମଧ୍ୟ କେତେ ବେଳେ ଭୁଷୁଳିବ ତାହା ଭି କିଏ କହିବ ?କାମକୁ ପୁରିଲାଣି୪ରି ବର୍ଷ କିନ୍ତୁ କାମ ନ ସରି ଟଙ୍କା ନେଇଗଲେଣି ଠିକା ଦାର ଗୌଡ଼ , ବର୍ତ୍ତମାନ ସେ କଲର କାମ ସରିଲେ ପାଇବେ ବକାୟ ଏକଲକ୍ଷ୍ୟ ଟଙ୍କା ବୋଲି ଯନ୍ତ୍ରୀ କହିଛନ୍ତି | ତେବେଏହି କାମକୁ ଦେଖିଲେ ଜଣା ପଡୁଛି ଉପରସ୍ତ କର୍ମଚାରୀ ମାନେ କେତେ ପରିମାଣ ରେ ପିସି ନିଅନ୍ତି ତେଣୁ୪ବର୍ଷ ରେ ଭି କାମ ସରୁନି ତାହା ଭି ନିମ୍ନମାନର ଏଭଳି ଠିକାଦାର ମନେ ଟଙ୍କା ଲୋଭରେ କାମ କରନ୍ତି ଆଉ କାମ ନ କରିପାରି ଉପରସ୍ତ ଅଧିକାର ଙ୍କୁ ବିରୋଧ କରନ୍ତି | ତେବେ ରାଜ୍ୟ ସରକାର ପାଣି ଭଳି ଖର୍ଚ କରିଚାଲିଛନ୍ତି ଟଙ୍କା କିନ୍ତୁ ଠିକାଦାର ମନେ ନିମ୍ନ ମାନର କାମ କରି ଟଙ୍କା ଲୁଟିବାରେ ବେସ୍ତ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ