୪ ବ୍ୟାଙ୍କ୍ରୁ ୨୭ ହଜାର କୋଟି

ଋଣ ନେବ ଜିଓ ଫାଇବର୍ ୟୁନିଟ୍
ନୂଆଦିଲ୍ଲୀ, (ଏଜେନ୍ସି): ରିଲାଏନ୍ସ ଜିଓ ଇନ୍ଫୋକମ୍ (ଜିଓ)ର ଫାଇବର୍ ୟୁନିଟ୍ ବ୍ୟାଙ୍କ୍ର ଏକ ସମୂହରୁ ୨୭ହଜାର କୋଟିର ସିଣ୍ଡିକେଟ୍ ଲୋନ୍ ସଂଗ୍ରହ କରୁଛି । ସୂଚନାନୁସାରେ ଜିଓରୁ ଫାଇବର୍ ୟୁନିଟ୍କୁ ଅଲଗା କରିବା ପରେ ଏହାକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ କମ୍ପାନୀ ଏହି ଯୋଜନା ପ୍ରସ୍ତୁତ କରିଛି । କମ୍ପାନୀ ଯେଉଁ ବ୍ୟାଙ୍କ୍ ସମୂହରୁ ଋଣ ନେଉଛି, ସେଥିରେ ଏସ୍ବିଆଇ, ଆଇସିଆଇସିଆଇ ବ୍ୟାଙ୍କ୍, ଏକ୍ସିସ୍ ବ୍ୟାଙ୍କ୍ ଓ ପିଏନ୍ବି ସାମିଲ ରହିଛି । କମ୍ପାନୀର ଏହି ପଦକ୍ଷେପର ଅର୍ଥ ହେଉଛି ଗ୍ରୁପ୍ର ଫାଇବର୍ କେବଳ ବ୍ୟବସାୟ ଉପରେ ଫୋକ୍ସ ବୃଦ୍ଧି କରୁଛି । ଜିଓର ଡିମର୍ଜର ପ୍ରୋସେସ୍ରୁ ପ୍ରସ୍ତୁତ ଦୁଇ ୟୁନିଟ୍ ମଧ୍ୟରୁ ଗୋଟିଏ ହେଉଛି ଜିଓ ଇନ୍ଫ୍ରାଟେଲ୍ ପ୍ରାଇଭେଟ୍ । ଏହା ଦୁଇ ବର୍ଷର ମାଚ୍ୟୁରିଟି ସହିତ ଏହି ଋଣ ନେଇଛି । ଏହା ଉପରେ କମ୍ପାନୀ ୮.୩୫-୮.୮୫%ର ଋଣ ଦେବ । ପ୍ରାପ୍ତ ସୂଚନାନୁସାରେ ଏହି ଋଣ ଡିମର୍ଜର ପ୍ରୋସେସ୍ରେ ସାହାଯ୍ୟ ପାଇଁ ଗ୍ରହଣ କରାଯାଉଛି । ଏହାପରେ ଫାଇବର୍ ବିଜ୍ନେସ୍ ଷ୍ଟାଣ୍ଡଅଲୋନ୍ ସବ୍ସିଡିଆରୀ ହେବ । କମ୍ପାନୀର ଏହି ଯୋଜନା ସହିତ ସମ୍ପୃକ୍ତ ଜଣେ ବରିଷ୍ଠ ଆନାଲିଷ୍ଟସ୍ କହିଛନ୍ତି ଯେ ଏହି ଋଣର ବ୍ୟବହାର ଫାଇବର୍ ୟୁନିଟ୍କୁ ସୁଦୃଢ଼ କରିବାରେ ବ୍ୟବହାର କରାଯିବ । ସେ କହିଛନ୍ତି ଯେ ଏହି ଫାଇବର୍ ନେଟ୍ୱାର୍କର ବ୍ୟବହାର ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟ କରିପାରିବେ । ସେ କହିଛନ୍ତି ଯେ ଏପରିକି ଏହି ଫାଇବର୍ ନେଟ୍ୱାର୍କର ବ୍ୟବହାର ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟ କରିପାରିବେ । ଏପରିକି ପାୱାର ୬ଇଣ୍ଡଷ୍ଟ୍ରୀ ମଧ୍ୟ ଏହାର ବ୍ୟବହାର କରିବାର ସମ୍ଭାବନା ରହିଛି । ପ୍ରକାଶ ଯେ ଏସ୍ବିଆଇ ଏଥିରେ ୧୦-୧୧ହଜାର କୋଟିର ଋଣ ପ୍ରଦାନ କରୁଛି । ଆଇସିଆଇସିଆଇ ଓ ପିଏନ୍ବିରେ ପ୍ରତ୍ୟେକ ଜିଓର ଫାଇବର୍ ୟୁନିଟ୍ ପାଇଁ ୫୦୦୦-୫୦୦୦କୋଟି ଋଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ଆକ୍ସିସ୍ ବ୍ୟାଙ୍କ୍ ୬ହଜାର କୋଟି ଋଣ ଦେବ ବୋଲି ଜଣାପଡ଼ିଛି । ତେବେ ଏନେଇ ବ୍ୟାଙ୍କ୍ଗୁଡ଼ିକ ପକ୍ଷରୁ କୌଣସି ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ