୪ ହଜାର ୨୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,(ୱାଇଏନ୍ଏସ୍): ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୨୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୫୦୩ ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୭୩୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୧,୮୪,୧୨୨ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୫,୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭,୬୮୪ ଜଣ ଚିକିତ୍ସାଧିୀନ ଅବସ୍ଥାରେ ରହିଛନ୍ତି ।


