ବୋଡେନ ଠାରେ ଅଣ ଓଡିଶା ସିଡୁଲଡ଼କାଷ୍ଟ ଫେଡରେସନର ବୈଠକ ଅନୁଷ୍ଠିତ
କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): ଡମ୍ବ ବାଜା ର ଗୌରବରୁ ଅନୁମାନ କରାଗଲେ ତାର ଶବ୍ଦ ମାଧକତା ସ୍ୱତନ୍ତ୍ର ରହିଛି । ତାର କଲା କୌଶଳ କେବଳ ଡମ୍ବ ସମ୍ପ୍ରଦାୟର ପରିପୃଷ୍ଟତା ପାଖରେ ଦିବ୍ୟମାନ । ଯାନୀ, ଯାତ୍ରା ,ପର୍ଵ,ପର୍ବାଣୀ ଦେବାଦେବୀ ,ବିବାହ ,ବ୍ରତ ଏପରି କି ମୃତ୍ୟୁ ବେଳରେ ଯାର ଶବ୍ଦ ଗୁଞ୍ଜରଣ ହୋଇଥାଏ ଆଜି ତାର ମାନ୍ୟତା ଉପରେ ଅବହେଳିତ ହେବାର ଦେଖିବାକୁ ମିଳୁଛି | ଏହି ଅବହେଳା ଜାଣିଶୁଣି ହେଉଥିବାର ଶୁଣିବାକୁ ମିଳୁଛି | ବୀର ବାଜା ରୂପେ ମାନ୍ୟତା ନ ଦେବାଯାଏ ଆନ୍ଦୋଳନ ଜାରିରହିବ ଏଥିଲା ବୋଡେ଼ନ ଠାରେ ଅନୁଷ୍ଠିତ ଅଣ ଓଡିଶା ସିଡୁଲଡ଼କାଷ୍ଟ ଫେଡରେସନ ର ବୈଠକ ର ମୁଖ୍ୟ ଶୀର୍ଷ । ଏହି ବୈଠକରେ କଳାହାଣ୍ଡି ଜିଲ୍ଲା ରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଶିଷ୍ଟ ବୁଦ୍ଧିଜୀବୀ ସମାଜ ସେବୀ ଙ୍କ ଉପସ୍ଥିତିରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଡମ୍ବ ସମାଜର ବିଭିନ୍ନ ଉନ୍ନତିକରଣ ଉପରେ ଆଲୋଚନା କରାଯାଇଥିଲା ବିଶେଷ ଭାବେ ଦଳିତ ଉପରେ ଅତ୍ୟାଚାର,ମୌଳିକ ଅଧିକାରକ୍ଷୁର୍ଣ୍ଣ,ସଂରକ୍ଷଣ ବ୍ୟବସ୍ଥା କୁ ବିଛିନ୍ନ କରିବା ଷଡଯନ୍ତ୍ର କରୁଥିବା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ମଞ୍ଚସୀନ ନେତୃବୃନ୍ଦ ଆହ୍ୱାନ କରିଥିଲେ।ଅନୁଷ୍ଠିତ ବୈଠକରେ ଗୋବର୍ଦ୍ଧନ ବାଗ,ଗିରିଜା ବେହେରା,ସତ୍ୟ ନାଏକ,ବିରଜା ମହାନନ୍ଦ,ଯତୀନ୍ଦ୍ର କର,ଯୁଗେଶ୍ୱର ସାଗର ଜଳନ୍ଧର ବେହେରା ପ୍ରଭାକର ଜାଲ ପ୍ରମୁଖ ମଞ୍ଚସୀନ ଥିବାବେଳେ ଦିଗାମ୍ବର ଦୁରିଆ ପରିଚାଳନା କରିଥିଲେ,ଜିଲ୍ଲା ର ବିଭିନ୍ନ ବ୍ଲକରୁ ଶତାଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବୈଠକରେ ଟି ଅନୁଷ୍ଠିତ ହୋଇଥିଲା |


