୫ଟି ଅଜବ ଅନ୍ଧବିଶ୍ୱାସ

ଆଜିର ଅତ୍ୟାଧୁନିକ ଯୁଗରେ ମଧ୍ୟ ଅନେକ ପ୍ରକାର ଅନ୍ଧବିଶ୍ୱାସ ରହିଛି । ଯେପରି କେହି ବିରାଡ଼ି ରାସ୍ତା କାଟିବାକୁ କେତେ ଜଣ ଅଶୁଭ କହିଥାନ୍ତି ତ କେତେକ ଛିଙ୍କିବାକୁ ଅଶୁଭ କହିଥାନ୍ତି । ମାତ୍ର ବିଶ୍ୱରେ ଏପରି କେତେକ ଅନ୍ଧବିଶ୍ୱାସ ରହିଛି ଯାହା ଆପଣଙ୍କୁ ଅଜବ ଲାଗିପାରେ । ଜାଣନ୍ତୁ ସେ ବିଷୟରେ ।ଦଦ୍ଭଏରୁଷିଆନ ରହିନୋସେରସ୍: ୟୁରୋପରେ ଦେଖାଯାଉଥିବା ଏହି ପକ୍ଷୀର ବିଶେଷ ଗୁଣ ହେଉଛି ଏହା ତାର ମୁଣ୍ଡ ସବୁଆଡ଼କୁ ବୁଲାଇପାରେ । ମାତ୍ର ଏହା ପଛରେ ରହିଥିବା ଅନ୍ଧବିଶ୍ୱାସଟି ହେଉଛି ପକ୍ଷୀଟି ଯେଉଁ ବ୍ୟକ୍ତି ଆଡ଼କୁ ତାର ମୁଣ୍ଡ ବୁଲାଇଥାଏ ତାଦ ‘ର ମୃତ୍ୟୁ ଘଟିଥାଏ ।ଦଦ୍ଭକ୍ୟାମେରା: ୧୯ଶହ ଶତାବ୍ଦୀର ଲୋକଙ୍କ ମନରେ କ୍ୟାମେରାକୁ ନେଇ ଅନ୍ଧବିଶ୍ୱାସ ରହିଥିଲା । ଏଥିରେ କାହାର ଫଟୋ ଉଠାଇଲେ ଉକ୍ତ ବ୍ୟକ୍ତିର ଆତ୍ମା ଭସ୍ମ ହୋଇଯିବ ବୋଲି ସେତେବେଳେ ଲୋକେ ଭାବୁଥିଲେ ।ଦଦ୍ଭଆଇନା(ଦର୍ପଣ): ବିଶ୍ୱର କେତେକ ସ୍ଥାନରେ ଏପରି ଅନ୍ଧବିଶ୍ୱାସ ରହିଛି ଯେ ଆଇନାରେ ମୁହଁ ଦେଖିଲେ ତାହାର ଆତ୍ମା କାଚରେ ରହିଯାଏ । ଏ ନେଇ କେତେକ ଆଇନା ମଧ୍ୟ ଦେଖି ନ ଥାନ୍ତି ।ଦଦ୍ଭଓପାଲ ପଥର: ଓପାଲ ପଥରକୁ ମୂଲ୍ୟବାନ କୁହାଯାଉଥିବା ବେଳେ ୧୯ଶହ ଶତାବ୍ଦୀରେ ଏହାକୁ ପିନ୍ଧିଲେ ଭାଗ୍ୟ ଖରାପ ହୋଇଥାଏ ବୋଲି ବିଶ୍ୱାସ ରହିଥିଲା ।ଦଦ୍ଭପକ୍ଷୀର ମଳ: ଋଷିଆରେ ପକ୍ଷୀର ମଳକୁ ଶୁଭ କୁହାଯାଇଥାଏ । ହେଲେ ପକ୍ଷୀଟି ଯଦି କୌଣସି ଜିନିଷ ଉପରେ ମଳତ୍ୟାଗ କଲା ତେବେ ଉକ୍ତ ବ୍ୟକ୍ତି ଧନୀ ହୋଇଯିବେ ବୋଲି ଅନ୍ଧବିଶ୍ୱାସ ମଧ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ