ଦେଶରେ ମାନ୍ଦାବସ୍ଥା ଆଗାମୀ ଦିନରେ ଦୂର ହେବ, ରିଜର୍ଭ ବ୍ୟାଙ୍କ ନେଉଥିବା ପଦକ୍ଷେପ ଦ୍ୱାରା ଅର୍ଥ ବ୍ୟବସ୍ଥା ସୁଧୁରିବ: ଶକ୍ତିକାନ୍ତ ଦାସ

ଭୁବନେଶ୍ୱର: ଦେଶରେ ମାନ୍ଦାବସ୍ଥା ଆଗାମୀ ଦିନରେ ଦୂର ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଦ୍ୱାରା ଅର୍ଥ ବ୍ୟବସ୍ଥା ସୁଧୁରିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାଣନାଥ ସ୍ମୃତି ସମାରାହରେ ଶନିବାର ଯୋଗ ଦେଇ ଶକ୍ତିକାନ୍ତ ଦାସ କହିଛନ୍ତି, ବିଗତ ୬ ମାସ ମଧ୍ୟରେ କେନ୍ଦ୍ର ସରକାର ଓ ଆରବିଆଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସମୟ ମଧ୍ୟରେ କର୍ପୋରେଟ ଟ୍ୟାକ୍ସ କମିଛି ଓ ରେପୋରେଟ ମଧ୍ୟ ହ୍ରାସ ପାଇଛି । ସେ କହିଛନ୍ତି, ଦେଶରେ ବୈଦେଶିକ ମୁଦ୍ରା ଗଚ୍ଛିତ ଅଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉପସ୍ଥିତିରେ ଆୟୋଜିତ ସମାରୋହରେ ଶକ୍ତିକାନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ