୫ଟି ଅଧିନସ୍ଥ ଓଡ଼ିଶାର ଅନେକ ଐତିହାସିକ ମନ୍ଦିରକୁ ରୁପାନ୍ତିକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):୫ଟି ଅଧିନସ୍ଥ ଓଡ଼ିଶାର ଅନେକ ଐତିହାସିକ ମନ୍ଦିରକୁ ରୁପାନ୍ତିକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି। ସେହି ଅନୁକ୍ରମରେ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଶ୍ରୀ ଅବିନାଶ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକର ଐତିହାସିକ ଶୈବପୀଠ ବେଲଖଣ୍ଡି ଏବଂ ମଦନପୁର ରାମପୁର ବ୍ଳକ ମୋହନଗିରୀର ପୁରାତନ ଶୈବପୀଠକୁ ୫ଟି ମନ୍ଦିର ରୁପାନ୍ତରିକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ୫ଟି ସଚିବ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଉଭୟ ଐତିହାସିକ ଶୈବପୀଠର ଉନ୍ନତି ହେଲେ ଆହୁରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ବୋଲି ଶ୍ରୀ ଠାକୁର ଲେଖିଛନ୍ତି। ଏହା ସହିତ ୫ଟି ସଚିବଙ୍କ କଳାହାଣ୍ଡି ଗସ୍ତ ସମୟରେ ଦୁଇଟି ମନ୍ଦିର ପରିଦର୍ଶନ କରିବା ପାଇଁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ