୫ଟି ଜଗନ୍ନାଥ ମନ୍ଦିରରୁ ପଟିଦିଅଁ ଅଙ୍କନ ପାଇଁ ୬ ଜଣ ଚିତ୍ରକରଙ୍କୁ ସ୍ୱୀକୃତି ପ୍ରଦାନ

ବାଲେଶ୍ୱର,ଯୁଗାବ୍ଦ ନ୍ୟୁଜ): ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରମ୍ପରା ତଥା ଉକ୍ରଳୀୟ ଚିତ୍ରକଳା ଓ ଚିତ୍ରକରଙ୍କର ନିଆରା ପର୍ବକୁ ଲୋକାଭିମୁଖି କରିବା ଲକ୍ଷ୍ୟରେ ବାଲେଶ୍ୱରରେ ବାଲେଶ୍ୱରୀ କଳାକେନ୍ଦ୍ର ଓ ନୋସି କଲଚ୍ୟୁରାଲ ଏକାଡେମିର ମିଳିତ ସହଯୋଗରେ ବାଲେଶ୍ୱରରେ ପ୍ରଥମଥର କରି ଗତ ୨୦୧୫ ଶ୍ରୀଜଗନ୍ନାଥଙ୍କର ନବକଳେବର ବର୍ଷ ବାମପଦାସ୍ଥିତ ନୋସି ବିଜନେସ୍ ପାର୍କସ୍ଥିତ ଉକ୍ରଳା ଶିଳ୍ପଗ୍ରାମରେ ଆରମ୍ଭ ହୋଇଥିଲା ପଟିଦିଅଁ ଅଙ୍କନ ଉତ୍ସବ । ଏହି ବିଧି ଓ ପରମ୍ପରା ଅନୁସାରେ ପୁରୀର ପାରମ୍ପାରିକ ଚିତ୍ରକରମାନେ ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରେ ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଓ ମା ସୁଭଦ୍ରାଙ୍କୁ ଭରବଙ୍କନଶ୍ୱରୀ ରୂପରେ ଅଙ୍କିବା ପାଇଁ ସ୍ୱୀକୃତି ପାଇଥାଆନ୍ତି । ଶ୍ରୀମନ୍ଦିର ତରଫରୁ ଚିତ୍ରକରମାନଙ୍କୁ ପାରମ୍ପାରିକ ରୀତିରେ ସ୍ୱୀକୃତି ପ୍ରଦାନ କରାଯାଏ । କପଡାରେ ପଟି ବା ପଟ ଉପରେ ଦିଅଁମାନଙ୍କ ଚିତ୍ର ଜୈଷ୍ଠ୍ୟ ଶୁକ୍ଳ ପକ୍ଷ ଏକାଦଶୀରୁ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆଙ୍କି ଅଣସର ସମୟରେ ଜଗନ୍ନାଥ ମନ୍ଦିରରେ ପୂଜା ପାଇଁ ପ୍ରଦାନ କରନ୍ତି । ଚଳିତ ବର୍ଷ ପଟିଦିଅଁ ଅଙ୍କନ ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲେଶ୍ୱରରେ ୫ଟି ଜଗନ୍ନାଥ ମନ୍ଦିର ଯଥା ନୀଳଗିରି ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରୁ ଚିତ୍ରକର ଅରୁଣ କୁମାର ବାରିକ – ଜଗନ୍ନାଥଙ୍କ ଅନନ୍ତ ନାରାୟଣ, ଶୁଭମ କୁମାର ନାୟକ – ବଳଭଦ୍ରଙ୍କ ଅନନ୍ତ ବାସୁଦେବ ଓ ଆଦିତ୍ୟ ଉପାଧ୍ୟାୟ – ସୁଭଦ୍ରାଙ୍କ ଭୂବନେଶ୍ୱରୀ ଚିତ୍ର ଆଙ୍କିବା ପାଇଁ ମନ୍ଦିରମାନଙ୍କୁ ବିଧି ପୂର୍ବକ ଚିତ୍ରକର ସ୍ୱୀକୃତି ପ୍ରଦାନ କରାଯାଇଛି । ସେହିପରି ମୋତିଗଞ୍ଜର ବାଣ୍ଠିଆ ଜଗନ୍ନାଥ ମନ୍ଦିର, ଶାସଙ୍ଗର ଜଗନ୍ନାଥ ମନ୍ଦିର, ଜୟଦେବ କସବାର ଜଗନ୍ନାଥ ମନ୍ଦିର ଓ ଦୁବଲାଗଡିର ପତିତପାବନ ଶ୍ରୀ ଜଗନ୍ନାଥଙ୍କର ଶିଳ୍ପୀ କେଶୁଦାସ – ଜଗନ୍ନାଥଙ୍କ ଅନନ୍ତ ନାରାୟଣ, ଭବାନୀ ଶଙ୍କର ନାୟକ – ବଳଭଦ୍ରଙ୍କ ଅନନ୍ତ ବାସୁଦେବ ଓ ଦେବାଶିଷ ପତି – ସୁଭଦ୍ରାଙ୍କ ଭୂବନେଶ୍ୱରୀ ଚିତ୍ର ଆଙ୍କିବା ପାଇଁ ମନ୍ଦିରମାନଙ୍କରୁ ବିଧି ପୂର୍ବକ ଚିତ୍ରକର ସ୍ୱୀକୃତି ପ୍ରଦାନ କରାଯାଇଛି । ନୀଳଗିରି ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀଯକ୍ତ ନନ୍ଦ, ରାଜା ଜୟନ୍ତ ମର୍ଦ୍ଦରାଜ, ଠାକୁର ମାହାଲର ଭୋଳାନାଥ ମହାନ୍ତି, ଇମାମୀ ନଗର ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ପ୍ରଦୀପ୍ତ ମିଶ୍ର, ପ୍ରସନ୍ନ ସିଂ ସାମନ୍ତ, ମୋତିଗଞ୍ଜ ବାଣ୍ଠିଆ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀନୀବାସ ପଣ୍ଡା, ଶାସଙ୍ଗର ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ପ୍ରଭାସ ଦାସ, ବିକାଶ କୁମାର ଦାସ, ଜୟଦେବ କସବାର ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଜୟ ଶତପଥୀ, ଜୀବନ କୁମାର ସତପଥୀ ଓ ଦୁବଲାଗଡିର ପତିତପାବନ ଶ୍ରୀ ଜଗନ୍ନାଥଙ୍କର ମୁଖ୍ୟ ପୂଜକ ଆରତୀ ଦାସ, କାହ୍ନୁ ଚରଣ ଦାସ ଅଂଶ ଗ୍ରହଣ କରିଥିବା ବେଳେ ଗଦାଧର ମହାନ୍ତି, ସରିତା ସିଂ, ସ୍ୱାତୀପ୍ରଜ୍ଞା ନାୟକ ପ୍ରମୁଖ ସହେଯାଗ କରିଥିଲେ । ଆସନ୍ତା ଜୁନ୍ ମାସ ତା ୧୨ ରୁ ୧୭ ରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ବାମପଦାସ୍ଥ ନୋସି ବିଜନେସ୍ ପାର୍କ ସ୍ଥିତ ଉକ୍ରଳା ଶିଳ୍ପଗ୍ରାମରେ ଏକ କଳାତ୍ମକ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ଚାଲିବା ସହ ଉକ୍ରଳୀୟ ପଟ୍ଟଚିତ୍ରର କର୍ମଶାଳା ଓ ପ୍ରଦର୍ଶନୀ, ସ୍କୁଲ ଓ କଲେଜ ଛାତ୍ରଛତ୍ରୀମାନଙ୍କର ପ୍ରଶିକ୍ଷଣ ଶିବିର, ପ୍ରତି ସଂଧ୍ୟାରେ ଆଲୋଚନା ଚକ୍ର ତଥା ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ଭଜନ କିର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ମୁଖ୍ୟ ଆୟୋଜକ ଶିଳ୍ପୀ କେଶୁଦାସ ଜଣାଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ