୫ଟି ସଚିବଙ୍କୁ ସ୍ୱାଗତ ପାଇଁ ସଜେଇ ହେଉଛି କେସିଭିଏମ୍‌

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡା ଠାରେ ୧୯୩୫ ମସିହାରେ ଗଢି ଉଠିଥିବା କୃଷ୍ଣ ଚରଣ ବିଦ୍ୟା ମନ୍ଦିର(କେସିଭିଏମ୍‌) ଗତ ୨୦୧୭ ମସିହା ପର୍ଯ୍ୟନ୍ତ ଆଜବେଷ୍ଟସ୍ ଛପର ଶ୍ରେଣୀ ଗୃହରେ ଚାଲିଥିଲା । ତତ୍କାଳୀନ ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ୧ କୋଟି ୯ ଲକ୍ଷ ୭୦ ହଜାର ଟଙ୍କା ସାଂସଦ ଅନୁଦାନ ପାଣ୍ଠିରୁ ମଞ୍ଜୁର କରି ସ୍ଥାୟୀ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିସହ ବିଧାୟକ ପାଣ୍ଠି ଓ ବ୍ଳକ ଉନ୍ନୟନ ପାଣ୍ଠିରୁ ଅର୍ଥ ମଞ୍ଜୁର ହୋଇଥିଲା । ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିିଥିବା ବେଳେ ଓଡିଶା ସରକାର କେସିଭିଏମ୍‌କୁ ୨୦୨୦ ମସିହାରେ ଉଚ୍ଚାକାଂକ୍ଷା ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରି ଏହାର ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀ, ଲାବରେଟୋରୀ ଓ ଅତ୍ୟାଧୁନିକ କମ୍ପ୍ୟୁଟର କକ୍ଷ ନିର୍ମାଣ ସହିତ ସର୍ବାଙ୍ଗୀନ ସୌନ୍ଦର୍ଯ୍ୟକରଣ ପାଇଁ ୩୦ ଲକ୍ଷ ଟଙ୍କା ଅନୁଦାନ ରାଶି ମଞ୍ଜୁର କରିଥିଲେ । ଉଚ୍ଚାକାଂକ୍ଷା ବିଦ୍ୟାଳୟର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ବ୍ଲକ ଓ ଜିଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ପରିଦର୍ଶନରେ ଆସି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ଦେଖାଯାଇଛି । ଖୁବ୍‌ଶିଘ୍ର ଏହି ଉଚ୍ଚାକାଂକ୍ଷା ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ପରିଦର୍ଶନରେ ଆସିବାର କାର୍ଯ୍ୟକ୍ରମ ଥିବାରୁ କେସିଭିଏମର ଭିତ୍ତିଭୂମି ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁଥିବା ଦେଖାଯାଇଛି । ଏହି ବିଦ୍ୟାଳୟର ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଏହା ଜିଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇବା ଆଶା ରଖାଯାଇଛି । ଅପରପକ୍ଷେ ଏହି ବିଦ୍ୟାଳୟରେ କେତେକ ଶିକ୍ଷକ ପଦବୀ ଖାଲି ପଡି ଥିବାରୁ ଯଥାଶିଘ୍ର ପୂରଣ କରିବାକୁ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ସମେତ ଅଞ୍ଚଳବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ