୫ଟି ସଚିବଙ୍କ ଗ୍ରସ୍ଥକୁ ନେଇ ବିଜେଡି ସଂଗଠନ ସମ୍ପାଦକଙ୍କ ସମୀକ୍ଷା ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):ଆସନ୍ତା ୧୧ତାରିଖ ଅପରାହ୍ନ ଗୋଟାଏ ପଚାଶ ମିନିଟ ସମୟରେ ୫-ଟି ସଚିବ ଭି.କେ ପାଣ୍ଡିଆନ ହାଟଡିହି ବ୍ଲକ ଗ୍ରସ୍ଥରେ ଆସୁଥିବାରୁ ଏଥିଲାଗି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରାପାଳ ଠାରେ ଅନୁଷ୍ଠିତ ଏହି ବୈଠକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ, ବିଜୟ ରାଉତ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ଇଂ ରବିନ୍ଦ୍ର କୁମାର ସାହୁ, ମନୋଜ ମହାନ୍ତି, ନିକୁଞ୍ଜ ଓଝା, ଶଶାଙ୍କ ଶେଖର ପୁହାଣ, ମଦନ ମୋହନ ନନ୍ଦୀ, ରାଜେନ୍ଦ୍ର ପାତ୍ର, ସରପଞ୍ଚ ତଥା ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ସୁବାସିନୀ ସେଠୀ, ରବିନ୍ଦ୍ର କୁମାର ଜେନା, ଦିନେଶ ସେଠୀ, ରମାକାନ୍ତ ନାୟକଙ୍କ ସମେତ ୩୧ଟି ଯାକ ପଞ୍ଚାୟତର ବିଜେଡି କର୍ମକର୍ତ୍ତା ମାନେ ଯୋଗଦେଇ ୫-ଟି ସଚିବଙ୍କ ଗ୍ରସ୍ଥକୁ ସଫଳ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ୧୦ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହେବାକୁ ଥିବାରୁ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ