୫ଟି ସଚିବ ପାଣ୍ଡିଆନଙ୍କ ତୋଫାନୀ ଗସ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସମ୍ପ୍ରତି ଆଧୁନିକ ଢାଞ୍ଚା ଏବଂ ଏକ ନୁଆଁ ଦିଶା ନେଇ ରାଜ୍ୟର ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ପରିଚାଳିତ ହେବ ଉନ୍ନତମାନର ଆଧୁନିକ ଶିକ୍ଷା ବ୍ୟବସ୍ଥା।ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଏକ ସୁଦୂର ପ୍ରସାରୀ ଶିକ୍ଷାଦାନର ଲକ୍ଷ୍ୟ ରଖିଛି ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ସହ ସଫଳତା ହାସଲ କରିବା ସକାଶେ ରାଜ୍ୟ ସରକାର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।ଗତ କିଛି ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଛାତ୍ର ଛାତ୍ରୀଙ୍କ ପାସ ହାର ଫଳାଫଳ ପ୍ରଦର୍ଶନ ନୈରାଶ୍ୟ ଜନକ ହେବା ପରେ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି।ଏଣୁ ପ୍ରଥମ ପଦକ୍ଷେପ ସ୍ୱରୂପ ଉଚ୍ଚ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଭାବେ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସଦୁପଯୋଗ ସହ ଉତ୍ତମ ବୈଷୟିକ ଜ୍ଞାନ କୌଶଳରେ ଗ୍ରାମୀଣ ଶିକ୍ଷାର୍ଥୀଙ୍କ ଶିକ୍ଷା ଲାଭ ଓ ଏକ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ନିମନ୍ତେ ପ୍ରତି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୪୫-୫୦ଲକ୍ଷ ଟଙ୍କା ଯାଏଁ ଅନୁଦାନ ପାଣ୍ଠିର ବିନିଯୋଗ କରାଯାଇଛି।ରାଜ୍ୟ ସରକାରଙ୍କ ୫ ଟି ପଦ୍ଧତି ପରିଚାଳନା ପ୍ରକ୍ରିୟାରେ ରୂପାନ୍ତରଣ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ବ୍ୟବସ୍ଥା ରେ ରହିଛି ସ୍ମାର୍ଟ ଶ୍ରେଣୀ ଗୃହ,ଇ- ପାଠାଗାର, ଆଧୁନିକ ବିଜ୍ଞାନ ପ୍ରୟୋଗଗାର,ଉନ୍ନତ ମାନର ଶୌଚାଳୟ,ବହୁମୁଖୀ ମଞ୍ଚ, ଫୁଲ ଓ ସବୁଜ ଘାସରେ ପରିବେଷ୍ଟିତ ଖେଳ ପଡିଆ ସ୍କୁଲ ପିଲାଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ଶିକ୍ଷା ପ୍ରତି ଏକ ଉନ୍ମାଦନା ସୃଷ୍ଟି କରିବା ଏକ ସଫଳ ଉଦ୍ୟମ ଓ ମୁଖ୍ୟ ଆଭିମୁଖ୍ୟ ନିହିତ ରହିଛି।ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ଓ ତାଙ୍କ ବ୍ୟକ୍ତିଗତ ସହାୟକ ତଥା ୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିଞ୍ଜିଳିବ୍ଳକର ୨୩ଟି ଓ ପୋୖରାଞ୍ଚଳର ୨ ଟି ଉଚ୍ଚ ବିଦ୍ୟାଳୟକୁ ସେଣ୍ଟର ଅଫ ଏକ୍ସେଲେନ୍ସି ଭାବେ ପରିଣତ କରିବା ପାଇଁ ଏକ ଯୁଗୋପଯୋଗୀ ନିଷ୍ପତ୍ତି ଓ ଏଥିପାଇଁ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବା ସହ ଚଳିତ ମାସ ୧୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସଚିବ ପାଣ୍ଡିଆନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।ତଦନୁସାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ଉଚ୍ଚ ବିଦ୍ୟାଳୟ ଗୁଡିକ ନୂତନ ରୂପରେ ଆତ୍ମ ପ୍ରକାଶ କରିବା ପୂର୍ବରୁ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ରବିବାର ହିଞ୍ଜିଳିରେ ପହଞ୍ଚି ପୋୖରାଞ୍ଚଳ ଓ ବ୍ଳକର ୨୧ ଟି ଉଚ୍ଚ ବିଦ୍ୟାଳୟ ସମୂହକୁ ଗସ୍ତ କରି ରୂପାନ୍ତରଣ ପ୍ରକ୍ରିୟାର ବାସ୍ତବ ଉପଯୋଗୀ ଓ ସଫଳ ରୂପାୟନ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ।ଏହି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସଚିବ ପିଲାମାନଙ୍କ ପ୍ରତି ଯତ୍ନବାନ ଓ ସେମାନଙ୍କୁ ଉତ୍କୃଷ୍ଟ ଶିକ୍ଷାଦାନ ସକାଶେ ଅନୁରୋଧ କରିଥିଲେ। ସଚିବଙ୍କ ସହ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ,ଗଞ୍ଜାମ ପୁଲିସ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ,ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ,ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ,ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ,ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ,ବିଇଓ ଏସ ଗିରିଧର,ପିଇଓ,ଜନ ପ୍ରତିନିଧି, କନିଷ୍ଠ ଯନ୍ତ୍ରୀ,ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଦଳୀୟ ନେତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ