୫ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ ମାନଙ୍କର ଧର୍ମଘଟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଅଖିଳ ଭାରତ ଡାକ ସେବକ ସଂଘ ଓ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ ଆହ୍ୱାନରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ହାଟ ଉପ-ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଗ୍ରାମୀଣ ଡାକ ସେବକ ମାନେ ଧର୍ମଘଟ କରିବା ସହ କାର୍ଯ୍ୟାଳୟକୁ ତାଲା ପକାଇ ବସି ରହିଥିଲେ । ଯାହାଫଳରେ ଡାକ ସେବା ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । କାର୍ଯ୍ୟାଳୟ ତାଲା ପଡିବା ଯୋଗୁ ଡାକ ସେବା ଉପରେ ନିର୍ଭର କରୁଥିବା ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଗ୍ରାମୀଣ ଡାକ ସେବକ ମାନଙ୍କର ୫ଦଫା ଦାବି ନେଇ ଏହି ଧର୍ମଘଟ ଚଳାଇଛନ୍ତି । ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଦାବି ଗୁଡିକ ମଧ୍ୟରେ ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ଦୈନିକ ୪ ଘଂଟା ପରିବର୍ତେ ୮ଘଂଟା ସ୍ଥିର କରାଯାଉ,ପ୍ରତି ୧୨ବର୍ଷରେ ଆର୍ଥୀକ ପଦୋନ୍ନିତ ହେବା ସୁପାରିଶକୁ କାର୍ଯ୍ୟ କରିବା, ସମସ୍ତ ଗ୍ରାମୀଣ ଡାକ ସେବକଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ, ପେନସନ ପ୍ରଦାନ, ଟାର୍ଗେଟ ନାମରେ ଅଧିକାରୀ ମାନଙ୍କର ଜୁଲୁମ ବନ୍ଦ କରିବା ରହିଛି । ନାଉଗାଁହାଟ ଉପ-ଡାକଘର ଅଧୀନରେ ଥିବା ୧୦ଟି ଶାଖା ଡାକଘର, ଦେବୀଦୋଳ ଉପ-ଡାକଘର ଅଧୀନରେ ଥିବା ୪ଟି, ଅଲଣାହାଟ ଉପ-ଡାକଘର ଅଧୀନରେ ଥିବା ୬ଟି ଶାଖା କାର୍ଯ୍ୟାଳୟ ବନ୍ଦ ରହିଛି । ଏହି ଧର୍ମଘଟରେ ଅଜୟ କୁମାର ଦାସ, ସଚ୍ଚିକାନ୍ତ ପ୍ରଧାନ, ତୁଷାର ପାଢୀ, ନରହରି ସାହୁ, ଶଦାଶିବ ଲେଙ୍କା, ପ୍ରତାପ କୁମାର ପରିଡା, ଦାମୋଦର କାଣ୍ଡି, ପ୍ରଶାନ୍ତ ନାୟକ, ସୌଭାଗ୍ୟ ରଂଜନ ସ୍ୱାଇଁ, ସମ୍ବିତ କୁମାର ପାତ୍ର, ଗଣେଶ୍ୱର ବାଘ, ନିହାରବାଳା ମଲିକ, ମିନୁ ରଣା, ବର୍ଷା ପ୍ରିୟଦର୍ଶିନୀ ସାହୁ ଆଦି ବସି ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ