୫ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀନୀ ଲିଲିତା ବିଜୟୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳାଫଳ ରବିବାର ସକାଳେ ପ୍ରକାଶ ପାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ବ୍ଲକ ୫ନମ୍ବର ଜୋନର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀନୀ ଲିଲିତା ଦାସ ବିଜୟୀ ହୋଇଛନ୍ତି । ଲିଲିତା ମୋଟ ୧୨ହଜାର ୭୯୪ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପଦ୍ମିନୀ ମଳିକଙ୍କୁ ୬ହଜାର ୮୫୯ ଭୋଟ ମିଳିଛି । ଲିଲିତା ୫ହଜାର ୯୩୫ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହି ଜୋନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀନୀ ଅନ୍ନପୂର୍ଣ୍ଣା ମଲିକ ୩ହଜାର ୯୧୭ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଏହି ଜୋନଟିରେ ପୂର୍ବ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ହୋଇଥିଲେ । ଚଳିତ ଥର ବିଜେଡି ସେହି ଜୋନଟିକୁ ବିଜେପି ହାତରୁ ଛଡାଇ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ