୫ମାସର ଦରମା ନ ପାଇ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ସାଉଥକୋ ବିଦ୍ୟୁତ ବଣ୍ଟନ ସଂସ୍ଥାର ଠିକା କର୍ମଚାରୀମାନେ ସେମାନଙ୍କୁ ଦୀର୍ଘ ୫ମାସ ହେବ ଠିକାଦାର ମାନେ ଦରମା ଦେଇନଥିବାର ଅଭିଯୋଗ କରିଛନ୍ତି । ଗଜପତି ଜିଲାରେ ସାଉଥକୋ ସଂସ୍ଥାର ମୋଟ ପ୍ରାୟ ୨ହଜାରରୁ ଉର୍ଦ୍ଧ ଠିକା କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ସେମାନଙ୍କୁ ପୂର୍ବରୁ କମ୍ପାନୀର କାର୍ଯ୍ୟଗୁଡିକୁ ଠିକା ନେଉଥିବା ଠିକାଦାରମାନେ ଦରମା ପୈଠ କରୁଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ୫ମାସରୁ ଉର୍ଦ୍ଧ ସମୟ ହେବ ସେମାନଙ୍କୁ ଦରମା ମିଳିନଥିବାରୁ ସେମାନେ ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ଏମ୍‌.ଏସ୍‌.ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି କର୍ମଚାରୀମାନେ ଦରମା ପାଇନଥିବାରୁ ସମ୍ପୃକ୍ତ ଠିକାଦାର ଏବଂ ସାଉଥକୋର ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ କରାଯାଇଛି । ସେମାନେ ଆସନ୍ତା ୨୦୨୦ ଜାନୁୟାରୀ ୧୦ତାରିଖରେ ଆସି ଏ ସମ୍ପର୍କରେ ସମସ୍ତ ବିବରଣୀ ପ୍ରଦାନ କରିବେ ନଚେତ ଅନ୍ୟ ପଦକ୍ଷେପ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଏହି କର୍ମଚାରୀମାନେ ସେମାନଙ୍କର ଦରମା ବ୍ୟତୀତ ସେମାନଙ୍କୁ ସେମାନଙ୍କର ଇ.ଏସ୍‌.ଆଇ. କାର୍ଡ ମଧ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛନ୍ତି । ବିଦ୍ୟୁତ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କୁ କିପରି ଅଣଦେଖା କରାଯାଉଛି ଏହାକୁ ନେଇ କର୍ମଚାରୀମାନେ ବେସ୍ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଆସନ୍ତା ୧୦ ତାରିଖରେ ଏହି କର୍ମଚାରୀମାନଙ୍କର ବେତନ ସମ୍ପର୍କିତ ସମସ୍ତ ତଥ୍ୟ ଯଦି ନ ଯଣାପଡେ କିମ୍ବା ସେମାନଙ୍କୁ ବେତନ ପ୍ରଦାନ ନକରାଯାଏ ଆଗକୁ ଆହୁରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜି.ପ୍ରସାଦରାଓ, ମୃତ୍ୟୁଞ୍ଜୟ ପାଢୀ, ବିଜୟକୁମାର, ମୋହନ କୁମାର ପ୍ରମୁଖଙ୍କ ସହ ଏହି କର୍ମଚାରୀମାନେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ