୫ଶହ କୋଟି ଟଙ୍କାର ହେରୋଇନ୍ ଜବତ ୯ ଇରାନୀ ନାଗରିକ ଗିରଫ
ଅହମଦାବାଦ(ଏଜେନ୍ସି): ଆତଙ୍କବାଦ ନିରୋଧ ଦଳ (ଏଟିଏସ୍) ଏବଂ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ କରାଯାଇଥିବା ଏକ ମିଳିତ ଚଢ଼ାଉ ଅଭିଯାନରେ ବୁଧବାର ଗୁଜରାଟ ବନ୍ଦରରୁ ୫ଠଠକୋଟି ଟଙ୍କାର ହେରୋଇନ ଜବତ କରାଯିବା ସମ୍ଭବ ହୋଇପାରିଛି । ହେରୋଇନ୍ ଚାଲଣ ଅଭିଯୋଗରେ ୯ ଇରାନୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଭାରତୀୟ ତଟରକ୍ଷୀ ବାହିନୀ ସେମାନଙ୍କ ନିକଟବର୍ତ୍ତୀ ହେଉଥିବା ଜାଣିପାରି ସେମାନେ ପ୍ରମାଣ ନଷ୍ଟ କରିବା ପାଇଁ ତରବରିଆ ଭାବେ ନିଜ ବୋଟ୍ରେ ନିଆଁ ଲଗାଇଦେଇଥିଲେ । ତେବେ ବୋଟ୍ ନଷ୍ଟ ହେବା ପୂର୍ବରୁ ତଟରକ୍ଷୀ ବାହିନୀ ସେଥିରୁ ପ୍ରାୟ ୧ଠଠ କିଲୋଗ୍ରାମର ହେରୋଇନ (ଯାହାର ଆନୁମାନିକ ମୂଲ୍ୟ ୫ଶହ କୋଟି ହେବ) ଜବତ କରିନେଇଥିଲେ । ସୂଚନା ଅନୁସାରେ ୯ ଇରାନୀ ନାଗରିକ ପାକିସ୍ତାନର ଗ୍ୱାଦର ବନ୍ଦରରୁ ହେରୋଇନ ନେଇ ଗୁଜରାଟ ବନ୍ଦରକୁ ଆସୁଥିଲେ । ପାକିସ୍ତାନ ନାଗରିକ ହମିଦ ମାଲିକଠାରୁ ସେମାନେ ହେରୋଇନ ଆଣି ଭାରତରେ ବିକ୍ରି କରିବାର ଲକ୍ଷ୍ୟ ରଖିଥିଲେ । ତେବେ ଏସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏଟିଏସ୍ ଓ ତଟରକ୍ଷୀ ବାହିନୀ ସହ ମିଶି ଗୁଜୁରାଟ ବନ୍ଦର ଓ ଆଖପାଖ ଅଞ୍ଚଳ ଉପରେ ନଜର ରଖିଥିଲେ ।

 
             
						 
						 
						 
						 
						 
						
