୫୦୦ ଟଙ୍କା ଭତ୍ତା ପାଇଁ ୩୦୦ ଶହ ଅଟୋ ଭଡା

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଟଙ୍କା ଭତ୍ତା ପାଇଁ ୩୦୦ ଶହ ଅଟୋ ଭଡା ଏଭଳି ଚିତ୍ର ସାମ୍ନାକୁ ଆସିଛି କରଞ୍ଜିଆ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖ ରେ । କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ ର ୯୨ ବର୍ଷୀୟା ରତନୀ ବେହେରା ଙ୍କୁ ବ୍ୟାଙ୍କ ସମ୍ମୁଖ ରେ ଅଟୋ ରେ ଶୋଇଥିବା ଆମ ପ୍ରତିନିଧି ଦେଖିବାକୁ ପାଇଥିଲେ କଣ ହୋଇଛି ବୋଲି ଜାଣିବାକୁ ଚାହିଁବା ରୁ ଏଭଳି ଚିତ୍ର ସାମ୍ନା କୁ ଆସିଛି । ଦୀର୍ଘ ଦୁଇଘଣ୍ଟା ପର୍ଯ୍ୟନ୍ତ ରତନୀ ବେହେରା ଙ୍କ ଝିଅ ସାବିତ୍ରୀ ବେହେରା ନିଜ ମାଙ୍କୁ ଖରାରେ ଏକୁଟିଆ ଛାଡି ବ୍ୟାଙ୍କ ରେ ଲାଇନ ଲଗେଇ ଟଙ୍କା ଉଠାଇଥିଲେ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ସତ୍ୱେ ବ୍ୟାଙ୍କ ସମ୍ମୁଖ ରେ ଲୋକେ ଘଣ୍ଟା ଘଣ୍ଟା ଠିଆ ହେଉଛନ୍ତି କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ଛାଉଣୀ ବ୍ୟବସ୍ଥା କରିଛନ୍ତି ନା ପିଇବା ପାଣି ଓ ଫ୍ୟାନ ର ପ୍ରକୃଷ୍ଟ ବ୍ୟବସ୍ଥା ଅଛି । ଏସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ ଅତ୍ୟନ୍ତ ହେୟଜ୍ଞାନ କଲାଭଳି ଉତ୍ତର ଦେଇଥିଲେ । କରଞ୍ଜିଆ କୁ ପ୍ରତିଦିନ ଦୂରଦୂରାନ୍ତ ଗ୍ରାମରୁ ବ୍ୟାଙ୍କ କୁ ଟଙ୍କା ଉଠାଣ ପାଇଁ ଆସୁଥିବା ବୃଦ୍ଧ ଵୃଦ୍ଧା, ବରିଷ୍ଠ ନାଗରିକ ଙ୍କ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ କିଭଳି ବ୍ୟବହାର ଥିବ ତାହା ଏହିଘାଟଣା ରୁ ଅନୁମାନ କରାଯାଇପାରେ । ବ୍ଲକ ପ୍ରଶାସନ ମଧ୍ୟ ଲୋକ ବ୍ୟାଙ୍କ ମିତ୍ର ମାଧ୍ୟମ ରେ ଟଙ୍କା ଉଠାଣ ବିଷୟ ରେ ଲୋକଙ୍କୁ ଙ୍କୁ ସଚେତନ କରେଇବାରେ ବିଫଳ ହୋଇଛି ଏବଂ ଲୋକଙ୍କ ନିକଟକୁ ସମସ୍ତ ସୁବିଧା ଯୋଗେଇବାରେ ବିଫଳ ହୋଇଛି କେବଳ ଖବରକାଗଜ ରେ ବ୍ଲକ ର ସଫଳତାର ଡିଣ୍ଡିମ ପିଟାଯାଉଛି କିନ୍ତୁ ବାସ୍ତବରେ ଫଳ ଶୁନ । ଏବେ ଭତ୍ତା, ପେନଶନ, ମନେରେଗା ମଜୁରୀ ଓ ବିଭିନ୍ନ ଯୋଜନା ର ଅର୍ଥ ସିଧାସଳଖ ହିତାଧିକାରୀ ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆସୁଛି । କିନ୍ତୁ ଦୁଃଖର ବିଷୟ ବ୍ଲକ ପ୍ରଶାସନ ବା ବ୍ୟାଙ୍କ କର୍ତ୍ତୃପକ୍ଷ ପାଠପଢି ନଥିବା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରୁନାହିଁ । ଯାହା ଫଳରେ ଗ୍ରାମାଞ୍ଚଳ ଲୋକେ ବିଭିନ୍ନ ଅସୁବିଧାର ସମୁଖୀନ ହେଉଛନ୍ତି । ଏସମ୍ପର୍କ ରେ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ ଅତ୍ୟନ୍ତ ହେୟଜ୍ଞାନ କଲାଭଳି ଉତ୍ତର ଦେଇଥିଲେ । ଦୂରଦୂରାନ୍ତ ଗ୍ରାମରୁ ବ୍ୟାଙ୍କ କୁ ଟଙ୍କା ଉଠାଣ ପାଇଁ ଆସୁଥିବା ବୃଦ୍ଧ ଵୃଦ୍ଧା, ବରିଷ୍ଠ ନାଗରିକ ଙ୍କ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ କିଭଳି ବ୍ୟବହାର ଥିବ ତାହା ଏହିଘାଟଣା ରୁ ଅନୁମାନ କରାଯାଇପାରେ । ବ୍ଲକ ପ୍ରଶାସନ ମଧ୍ୟ ଲୋକ ବ୍ୟାଙ୍କ ମିତ୍ର ମାଧ୍ୟମ ରେ ଟଙ୍କା ଉଠାଣ ବିଷୟ ରେ ଲୋକଙ୍କୁ ଙ୍କୁ ସଚେତନ କରେଇବାରେ ବିଫଳ ହୋଇଛି ଏବଂ ଲୋକଙ୍କ ନିକଟକୁ ସମସ୍ତ ସୁବିଧା ଯୋଗେଇବାରେ ବିଫଳ ହୋଇଛି କେବଳ ଖବରକାଗଜ ରେ ବ୍ଲକ ର ସଫଳତାର ଡିଣ୍ଡିମ ପିଟାଯାଉଛି କିନ୍ତୁ ବାସ୍ତବରେ ଫଳ ଶୁନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ