୫୦ ଗୋରୁଙ୍କୁ ଖସାଇନେଲେ ଗୋମାଫିଆ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲା ପାଲଟିଛି ଗୋମାଫିଆଙ୍କ ଭୂସ୍ୱର୍ଗ ।କରୋନାର ସଟ୍ ଡାଉନର ଭରପୁର ଫାଇଦା ଉଠାଉଛନ୍ତି ଆନ୍ତଃରାଜ୍ୟ ମଦ ମାଫିଆ,ଜୁଆଡି,ଗୋମାଫିଆ,ଡ୍ରଗସ ମାଫିଆ,ଲୁହାପଥର ମାଫିଆ।ଏକ ଅଦୃଶ୍ୟ ଶକ୍ତି ଏମାନଙ୍କୁ ପଛରେ ରହିଛି ।ମାର୍ଚ୍ଚ ମାସରୁ ଆଜିଯାଏଁ ମୟୂରଭଂଜ ଜିଲ୍ଲାରେ ବହୁତ ଗୁଡିଏ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲାର କରଂଜିଆ ଏସଡିପିଓ କାର୍ଯାଳୟ ଅଧିନସ୍ଥ ଜାତୀୟ ରାଜପଥ ଯଶିପୁର ଅଂଚଳର କୃପା ଢାବା ନିକଟରେ ।ରବିବାର ଭୋରୁ କରଂଜିଆ ଚଢେଇଭୋଳରୁ ପଶ୍ଚିମବଙ୍ଗର ଫେକୋ ଅଂଚଳକୁ ଏକ ଡାକ ପାର୍ସଲ କଣ୍ଟେନରେ(ଡବ୍ଲ୍ଯୁବି ୧୧ ଇ ୦୨୧୩) ୫୨ଗୋରୁ ବୋଝେଇ କରି ନେଉଥିବା ବେଳେ ଯଶିପୁର କୃପାଢାବା ନିକଟରେ ସାମନାପଟୁ ଆସୁଥିବା ୧୨ ଚକିଆ (ଓଡି୦୯ଏନ ୦୧୯୫) ସାମନା ସାମନି ଧକ୍କା ହୋଇଥିଲା ।କଣ୍ଟେନରେ ମିଥ୍ୟା ଡାକ ପାର୍ସଲ ଲେଖି ପୋଲିସର ଜ୍ଞାତ ସାରରେ ଚାଲିଛି ବେଆଇନ ଗୋଚାଲାଣ ।କରଂଜିଆରୁ ଝାରପୋଖରିଆ ଥାନା ମଧ୍ୟରେ ୫ ରୁ ଉର୍ଦ୍ଧ ଥାନା ଅଛି ।ମୁଁ ଲୁଚିଛି ନା ଗୋଡ ଦିଟା ଦିଶୁଛି ।ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ ।ଚାଲିଛି ଗୋମାଫିଆ ଏବଂ ଅଦୃଶ୍ୟ ଶକ୍ତି ମଧ୍ୟରେ ବୋଲି ଗୋସୁରକ୍ଷା ସମିତି ସଦସ୍ୟ ମାନେ ଅଭିଯୋଗ କରିଛନ୍ତି।ପୋଲିସ,ସାମ୍ବାଦିକ,ଜନତାଙ୍କ ଉପସ୍ଥିତିରେ ଓଡି ୦୪ ଏନ ୮୫୫୨ ଗାଡିରେ ୫୦ଗୋରୁଙ୍କୁ ଯଶିପୁର ଅଭିମୁଖେ ନେଇ ପଳାଇଥିଲେ ।ଦୁର୍ଦାନ୍ତ ଆନ୍ତରାଜ୍ୟ ଗୋମାଫିଆମାନେ ଏକ ଫେକ ନମ୍ବର ଥିବା ଏକ ସ୍କୋର୍ପିଓ ଗାଡି(ଓଡି ୧୧ ଜି ୦୦୯୩) ରେ ଏସକର୍ଟ କରି ଗୋରୁ ବୋଝେଇ ଗାଡିକୁ ନେଇ ଯାଇଥିଲେ ।ପୋଲିସ ନିର୍ବାକ ପାଲଟିଥିଲା । ସତେ ଯେମିତି ଏକ ଉପରସ୍ଥ ଅଦୃଶ୍ୟ ଶକ୍ତିର ଚାପରେ କିଂ ଯକର୍ତ୍ତବ୍ୟ ମୁଢ ପାଲଟି ଯାଇଥିଲେ ।ଯଶିପୁର ପୋଲିସ ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡି ନାମରେ ମାମଲା ରୁଜୁ କରି ଜବତ କରି ଚୁପଚାପ ରହିଗଲେ ।କରଂଜିଆ ଏସଡିପିଓଙ୍କ ସହ ଯୋଗାଯୋଗରେ ସେ ଏଭଳି କିଛି ସୂଚନା ପାଇ ନାହାନ୍ତି ଵୋଲି କହିଥିଲେ ।ଗୋସୁରକ୍ଷା ସମିତିର ସଦସ୍ୟ ନାଗରାଜ ସାହୁ,ପ୍ରଦୀପ କୁମାର ବେହେରା,ପ୍ରିୟନାଥ ମହାନ୍ତ,ଚନ୍ଦ୍ରମଣି ନାଏକ,କଲ୍ୟାଣ ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦୁଇ ଆହତ ଗୋରୁଙ୍କୁ ଉଦ୍ଧାର କରିବା ସହ ସେବା ଶୁଶ୍ରୁଷା କରିଥିଲେ ।ଜିଲ୍ଲାର ବେଧଡକ ଗୋଚାଲାଣ ନେଇ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳ ବିଜେପି,ବିଜେଡି,କଂଗ୍ରେସ,ଝାଡଖଣ୍ଡ ମୁକ୍ତିମୋର୍ଚା ଦଳର ନେତୃବୃନ୍ଦ କେବେହେଲେ ପାଟି ଉଁ ଚୁଁ କରନ୍ତି ନାହିଁ ।କେବଳ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବିପନ୍ନ କରି ଗଣମାଧ୍ୟମ ରେ ମୟୂରଭଂଜବାସୀଙ୍କ ଅକୁହା କଥାକୁ ନିର୍ଭିକ ଭାବରେ ଛାପୁଛନ୍ତି ।ହେଲେ କାର୍ଯ୍ୟନୁଷ୍ଠାନ ଶୂନ ।ରାଜ୍ୟସରକାର ଗୋସଂପଦ ସୁରକ୍ଷା ନେଇ ବିଭିନ୍ନ ଯୋଜନା କରିଛନ୍ତି ।ହେଲେ ରାଜ୍ୟ ସରକାରଙ୍କର ଗୋଟାଏ ପାଖରେ ଗୋସଂପଦ ସୁରକ୍ଷା ଯୋଜନା କରୁଥିବାବେଳେ ଅନ୍ୟପକ୍ଷରେ ଆଉ ଗୋଟିଏ ଅଦୃଶ୍ୟ ବିଭାଡରାଜ୍ୟରେ ଗୋସଂପଦ ନଷ୍ଟ ଓ ଧ୍ବଂସ କରିବାରେ ବ୍ୟସ୍ତ ।ତେଣୁ ଓଡିଶାର ଲୋକପ୍ରିୟ ମାନ୍ୟବର ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଗୋଚାଲାଣ ରୋକ ଲଗାଇବା ପାଇଁ ଏକ ଅଧ୍ୟାଦେଶ ଜାରି କରିବା ପାଇଁ ଗୋପ୍ରେମୀ ମହଲରେ ଦାବି ହେଉଛି ।ନହେଲେ ଅତୀତରେ ଓଡିଶାରେ ପଶୁସଂପଦ ଗୋମାଫିଆ ଓ ଅସାଧୁ ସରକାରୀ କର୍ମଚାରୀଙ୍କ ଯୋଗୁଁ ଧ୍ବଂସ ହୋଇଯିବ ।ତାହାର ପ୍ରଭାବ କୃଷି ଉପରେ ପଡିବ ।ରାଜ୍ଯରେ ଗୋଚାଲାଣ ରୋକ ପାଇଁ ଡିଜି ଅଭୟ କୁମାର ଏକ କଡାପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି ।