୫୦ ବର୍ଷ ପରେ ଟୋକି ପର୍ବ
ଥୁଆମୁଳ ରାମପୁର,(ରଥ ଦୁରିଆ): ଥୁଆମୂଳ ରାମପୁର ଗୁଣପୁର ଗ୍ରାମରେ ହେବ ଦୀର୍ଘ ୫୦ ବର୍ଷ ପରେ ଟୋକି ପର୍ବ ।ଏହି ପର୍ବ ଆଦିବାସୀ ପରମ୍ପରା ଅନୁସାରେ ୧୦ ରୁ ୧୫ ରେ ପାଳନ କରାଯାଏ ହେଲେ ଗୁଣପୁର ରେ ଏହାକୁ ପାଳନ କରିବା ପାଇଁ ୫୦ ବର୍ଷ ବିତିଯାଇଛି । ବର୍ତ୍ତମାନ ତାହାକୁ ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଛି ଗୁଣପୁର ଗ୍ରାମ । ଆସନ୍ତା ୨୦୨୬ ବର୍ଷ ପାଇଁ ଏବେଠୁ ସଜବାଜ ହୋଇ ତେନ୍ତୁଳି ପଦର ର ଜମା ମାଝି ଦିଶାରୀ ଓ କାଠଘରା ଗ୍ରାମ ର ସୁରେନ୍ଦ୍ର ମାଝୀ ଜାନି ହୋଇ ଗ୍ରାମ ର ଗୁନାଙ୍ଗ ଯୋଡି ପଦର ର ଧରଣୀ ଦେବୀ ଙ୍କୁ ପୂଜା କରିବା ପାଇଁ ରବିବାର ସନ୍ଧ୍ୟା ୪ଘ. ରୁ ସୋମବାର ୭ଘ. ପର୍ଯ୍ୟନ୍ତ ପୂଜାପାଠ କରି ଧରଣୀ ଦେବୀ କୁ ଜାଗ୍ରତ କରି ଥିଲେ । ଆଦିବାସୀ ର ରୀତିନୀତି ଅନୁସାରେ ଦିସାରୀ ଏବଂ ଜାନି କୁ ଗ୍ରାମରେ ସୁ ସ୍ବାଗତ କରି ବାଯାବଜେଇ ତାଙ୍କୁ ନିମନ୍ତ୍ରଣ କରିଥିଲେ । ଶେଷରେ ଧରଣୀ ଗୁଡ଼ି କୁ ଯାଇ ମୁଣ୍ଡି ଭାଙ୍ଗି ଆସନ୍ତା ୨୦୨୬ ପାଇଁ ଟୋକି ପର୍ବ ପାଳନ ପାଇଁ ଗ୍ରାମବାସୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।