୫୦ ଲକ୍ଷ ବୀମା ଦାବି କଲା ଓଷ୍ଟା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଦିନ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ତେବେ ଖାତା ଦେଖାରେ ନିୟୋଜିତ ହେବାକୁ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବୀମା ପାଇଁ ଦାବି କରାଯାଇଛି । ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା କରାଯିବାକୁ ଓଷ୍ଟା ପକ୍ଷରୁ ଦାବି କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାଛଡ଼ା ସେ କହିଛନ୍ତି ଯେ, ଗୋଟିଏ ଖାତାକୁ ଏକାଧିକ ଶିକ୍ଷକ ନଦେଖି ଜଣେ ଦେଖନ୍ତୁ । ଗୋଟିଏ ଖାତାକୁ ଏକାଧିକ ଶିକ୍ଷକ ଦେଖିଲେ ସଂକ୍ରମଣ ଆଶଙ୍କା ରହିଛି । ଖାତା ମୂଲ୍ୟାୟନ କେନ୍ଦ୍ର ବୃଦ୍ଧି କରିବାକୁ ମଧ୍ୟ ଦାବି କରାଯାଇଛି । ଏସବୁ ଦାବି ନମାନିଲେ ଘରେ ଖାତା ଦେଖିବାକୁ ଅନୁମତି ଦେବାକୁ ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରକାଶ ଯେ, ମାଧ୍ୟମିକ ଶିକ୍ଷା ପରିଷଦ(ବିଏସସି) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କୁହାଯାଇଥିଲା ଯେ, ପୂର୍ବ ନିର୍ଦ୍ଧାରିତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ଖାତା ଦେଖିବା ପାଇଁ ଆଉ ଅଧିକ ୬ ହଜାର ପରୀକ୍ଷକ ନିଯୁକ୍ତ ହେବେ । ଅଧିକ ୬ ହଜାର ଶିକ୍ଷକଙ୍କ ତାଲିକା ୱେବସାଇଟରେ ଉପଲବ୍ଧ । ଯେଉଁ ଶିକ୍ଷକ ଯେଉଁ କେନ୍ଦ୍ରରେ ଖାତାଦେଖୁଥିବେ, ସେଇଠି ଦେଖିବେ । ଖାତା ଦେଖା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାଛଡ଼ା ସାମାଜିକ ଦୂରତ୍ୱ ଓ ସାନିଟାଇଜରର ବ୍ୟବହାର କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତ୍ୱ ବଜାୟ ପାଇଁ ୩ଟି ଫେଜରେ ଖାତା ଦେଖାହେବ । ବିଭିନ୍ନ ବିଷୟକୁ ନେଇ ୩ଟି ଫେଜ ଓ ୩ଟି ସମୟ କରାଯାଇଛି । ସମ୍ପୃକ୍ତ ଶିକ୍ଷକ ଧାର୍ଯ୍ୟ ବିଷୟ ପାଇଁ ଉଦ୍ଧିଷ୍ଟ ସମୟରେ ଖାତା ଦେଖିବେ । ୨୦ ଦିନ ଖାତା ଦେଖା ଯୋଜନା ରହିଛି । ୨/୪ ଦିନ ବଢିପାରେ । ଅଧିକ ଶିକ୍ଷକ ନିୟୋଜିତ ହେଉଛନ୍ତି, ଶୀଘ୍ର ମଧ୍ୟ ସରିପାରେ । ଏହାଛଡ଼ା କଣ୍ଟେନମେଣ୍ଟ ଜୋନରେ ଖାତାଦେଖା କେନ୍ଦ୍ର ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା ।
ଏଡାଛଡ଼ା ମେ ୧୯ ସୁଦ୍ଧା ସବୁ କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକମାନେ ପହଞ୍ଚିବେ । ମାଟ୍ରକ ଖାତା ଦେଖାବେଳେ ସାମାଜିକ ଦୂରତ୍ୱ ଅବଲମ୍ବନ ହେବ । ମୂଲ୍ୟୟନ କେନ୍ଦ୍ରରେ କୋଭିଡ ଗାଇଡଲାଇନ ଅନୁପାଳନ ହେବ । ଖାତାଦେଖାରେ ନିୟୋଜିତ ଶିକ୍ଷକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ରାଜ୍ୟର ୬୦ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପୂର୍ବରୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ