୫୧ଏକର ଜମିରେ ଗଞ୍ଜେଇ ଗଛ କାଟି ପୋଡ଼ିଲା ଅବକାରୀ ବିଭାଗ
ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକ ଓ ଜିଲ୍ଲାପାଳ ଅନୁପମ ସାହାଙ୍କ ନିଦେଶକ୍ରମେ ଚାଲିଥିବା ନୀଳ ଜହର ଦମନ ଶନିବାର ଦିନ ରା.ଉଦୟଗିରି ଥାନା ପକ୍ଷରୁ ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ, ତହସିଲଦାର ସ୍ମୃତିରଞ୍ଜନ ଶତପଥୀ, ଥାନା ଅଧିକାରୀଣି ମମତା ନାୟକଙ୍କ ତତ୍ୱାବଧାନରେ ଅବକାରୀ ବିଭାଗ ମିଳିତରେ ଶବରପଲ୍ଲୀ ପଞ୍ଚାୟତର କୁମ୍ଭୀସାହି ନିକଟସ୍ଥ ଜଙ୍ଗଲ ଜମିରେ ହଇଥିବା୫୧ଏକର ବେଆଇନ ଗଂଜେଇ ଚାଷ କୁ କାଟି ପୋଡି ପାଉଁଶ କରିଛନ୍ତି | ଏହାର ଆନୁମାନିକ ମୂଲ୍ୟ୧୦କୋଟି ରୁ ଉର୍ଦ୍ଧ ହେବ ବୋଲି ଥାନା ଅଧିକାରୀଣି ଶ୍ରୀମତୀ ନାୟକ କହିଛନ୍ତି |


