୫୧% କମିଲା ଫେସ୍ବୁକ୍ ଲାଭ
କାଲିଫୋର୍ଣ୍ଣିଆ, (ଏଜେନ୍ସି): ଫେସ୍ବୁକ୍ ଲାଭାଂଶରେ ଗତ ବର୍ଷ ତୁଳନାରେ ଚଳିତ ଥର ଅଧିକ ହ୍ରାସ୍ ଘଟିଛି । ଫେସ୍ବୁକ୍ ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ୨.୪ଅରବ ଡଲାର (୧୬,୭୬୬କୋଟି ଟଙ୍କା)ର ଲାଭାଂଶ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁସାରେ କମ୍ପାନୀର ଲାଭାଂଶ ମାର୍ଚ୍ଚ ତ୍ରୈମାସ ତୁଳନାରେ ୫୧% କମ । ତେବେ ଲାଭରେ ହ୍ରାସ୍ର କାରଣ ଆଇନ୍ଗତ ମାମଲାରେ ହୋଇଥିବା ଖର୍ଚ୍ଚ । ରିପୋର୍ଟ ଅନୁସାରେ କମ୍ପାନୀ ଡାଟା ପ୍ରାଇଭେସୀ ସହିତ ସମ୍ପୃକ୍ତ ମାମଲାରେ ଆଇନ୍ଗତ ଖର୍ଚ୍ଚ ପାଇଁ ୩ଅରବ ଡଲାର (୨୦,୯୫୮କୋଟି ଟଙ୍କା) ଅଲଗା ରଖିଛନ୍ତି । ଅନ୍ୟପକ୍ଷରେ ଫେସ୍ବୁକ୍ ପକ୍ଷରୁ କୁହାଯାଇଛି ଯେ ଡାଟା ପ୍ରାଇଭେସି ମାମଲାରେ ଫେଡ଼େରାଲ ଟ୍ରେଡ଼୍ କମିଶନ ୩ରୁ ୫ଅରବ ଡଲାରର ଜରିମାନା ଲାଗିପାରେ । ବୁଧବାର କିଛି ଘଣ୍ଟା ମଧ୍ୟରେ ଫେସ୍ବୁକ୍ ଶେୟାର ୧୦% ବଢ଼ିଥିଲା । ଫେସ୍ବୁକ୍କୁ ଆନୁମାନିକ ପ୍ରତି ବ୍ୟବହାରକାରୀଙ୍କ ବିଛା ୧୬% ବୃଦ୍ଧି ପାଇ ୬.୪୨ଡଲାରର ହୋଇଯାଇଛି । ଗତ ବର୍ଷ ଜାନୁଆରୀ-ମାର୍ଚ୍ଚରେ ଏହା ୫.୫୩ଡଲାର ଥିଲା । ତେବେ ଫେସ୍ବୁକ୍ ଉପରେ ପ୍ରତି ମାସରେ ଆକ୍ଟିଭ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଏହା ବର୍ତ୍ତମାନ ୮%ରୁ ବୃଦ୍ଧି ପାଇ ୨.୩୮ହୋଇଛି ।