୫୨୦ଜଣ ହିତାଧିକାରୀ ଆଇପିପିବି ଜମାଖାତା ଖୋଲିଲେ
ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମ ପଂଚାୟତର ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଂଚ ଶରତ ଖୁଂଟିଆଙ୍କ ପୈାରହିତ୍ୟରେ ଡାକଘର ପକ୍ଷରୁ ପଂଚାୟତର ମଧୁବାବୁ ପେନସନ ସହ ବିଭିନ୍ନ ପ୍ରକାର ଭତା ମିଳୁଥିବା ୯୦୦ଜଣ ହିତାଧିକାରୀଙ୍କ ମଧ୍ୟରୁ ୫୨୦ଜଣ ହିତାଧିକାରୀଙ୍କ ପେନସନ ଭତା ନିମନ୍ତେ ଡାକଘର ଆଇପିପିବି ଜମାଖାତା ଖୋଲାଯାଇଛି । ଏହି କାର୍ଯ୍ୟକ୍ରମରେ ସହକାରୀ ଡାକ ଅଧିକ୍ଷୀକ କିରଣବାଳା ପଣ୍ଡା , ବ୍ରହ୍ମପୁର ମଣ୍ଡଳ ବିଜିନିସ ଏକ୍ୟୁଟିଭ୍ ଗୈାରହରି ପଣ୍ଡା, ଓଭରସିୟର ନଳନୀକାନ୍ତ କର ଓ ପ୍ରକାଶ ପଲାଇ, ପୁର୍ବତନ ସରପଂଚ ନାରାୟଣ ବେହେରା, ଅଜିତ୍ କୁମାର ସ୍ୱାଇଁଙ୍କ ସମେତ ଗଂଜାମ ,ହୁମ୍ମା, ମାଟିଖାଲ , ରମ୍ଭା , ଖଲିକୋଟ ଓ ବେଗୁନିଆପଡା ଉପଡାକଘର ଅନ୍ତର୍ଗତ ଶାଖା ଡାକପାଳ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।