୫୨ ଗ୍ରାମ ବ୍ରାଉନ ସୁଗାର ଜବତ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଅବକାରୀ ଥାନା ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିକଟସ୍ଥ ବିଷ୍ଣୁପୁର ଗ୍ରାମ ସ୍ଥିତ ପାଣିଟାଙ୍କି ନିକଟରେ ଚଢାଉ କରି ସରୋଜ କୁମାର ବେହେରା (୩୭) ଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୫୨ ଗ୍ରାମ ବ୍ରାଉନ ସୁଗାର ( ହେରୋଇନ)ଜବତ କରିଛନ୍ତି। ନିମାପଡା ଅବକାରୀ ଥାନା ରେ ଏ ସଂକ୍ରାନ୍ତ ରେ ଏକ ମାମଲା କେସ ନଂ ୧୪୭/୨୩ ରୁଜ୍ଜୁ କରାଯାଇ ଅଭିଯୁକ୍ତ ଯୁବକ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅଭିଯୁକ୍ତ ଯୁବକ ଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପ- କାରାଗାର କୁ ପଠାଇ ଦିଆଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୫ ଲକ୍ଷ ୨୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।ଏହି ଚଢ଼ାଉରେ ଅବକାରୀ ଏ ଏସ ଆଇ ଜିତେନ୍ଦ୍ର ବେହେରା ଓ ଅବକାରୀ କର୍ମଚାରୀ ସ୍ଵାଗତିକା ଘଡେଇ,ତପନ ପ୍ରଧାନ,ସେକ ୱାରିସ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।


