୫୪ମାସ ପରେ ଦେଶର ଏୟାର୍ ଟ୍ରାଭେଲ୍ ଅଭିବୃଦ୍ଧିରେ ହ୍ରାସ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତର ଘରୋଇ ଏୟାର୍ ଟ୍ରାଭେଲ୍ର ଅଭିବୃଦ୍ଧି ୫୨ମାସ ପର୍ଯ୍ୟନ୍ତ ଦ୍ୱିତୀୟାର୍ଦ୍ଧ ଏବଂ ଆଉ ୨ମାସ ପର୍ଯ୍ୟନ୍ତ ୟୁନିଟ୍ ପଏଣ୍ଟରେ ବୃଦ୍ଧି ପାଇବା ପରେ ଏବେ ଫ୍ଲାଟ୍ ରହିଛି । ମାର୍ଚ୍ଚ ୨୦୧୯ରେ ଦେଶରେ ୧କୋଟି ୧୫ଲକ୍ଷ ୯୬ହଜାର ଘରୋଇ ଯାତ୍ରୀ ଯାତ୍ରା କରିଛନ୍ତି, ଯାହାକି ଗତ ବର୍ଷ ଚଳିତ ମାସରେ ଯାତ୍ରା କରୁଥିବା ୧କୋଟି ୧୫ଲକ୍ଷ ୮୦ହଜାର ଯାତ୍ରୀଙ୍କ ତୁଳନାରେ କେବଳ ୦.୧% ଅଧିକ । ଏପରିସ୍ଥିତି ଦେଶରେ ବିମାନ ହଠାତ୍ ବନ୍ଦ ହୋଇଯିବା ଯୋଗୁଁ ସୃଷ୍ଟି ହୋଇଛି । ମାର୍ଚ୍ଚ ୧୩ରେ ସ୍ପାଇସ୍ ଜେଟ୍ ୧୩ ବୋଇଂ ୭୩୭ମାକ୍ସ ବିମାନ ବନ୍ଦ କରିଦେଇଥିଲେ । ଚଳିତ ମାସରେ ଜେଟ୍ ଏୟାର୍ୱେଜ୍କୁ ନିଜର ୩୫ବିମାନ ବନ୍ଦ କରିବାକୁ ପଡ଼ିଥିଲା । ସମସ୍ତ ଘରୋଇ ବିମାନ ଯାତ୍ରୀଙ୍କ ମଧ୍ୟରେ ୧ ତୃତୀୟାଂଶ ବିମାନ ଯାତ୍ରୀ କମ୍ ମୂଲ୍ୟ ଯୁକ୍ତ ବିମାନରେ ଯାତ୍ରା କରିଛନ୍ତି । ଚଳିତ ମାର୍ଚ୍ଚରେ ଭାରତୀୟ ଉଡ଼ାଣ ଉଦ୍ୟୋଗରେ ପ୍ରଥମ ଥର ୭୬.୯% ଘରୋଇ ଯାତ୍ରୀ ବଜେଟ୍ ଏୟାର୍ଲାଇନ୍ସରେ ଯାତ୍ରା କରିଛନ୍ତି । ବଳକା ୨୩.୧% ଯାତ୍ରୀ ଏୟାର୍ ଇଣ୍ଡିଆ, ଜେଟ୍ ଓ ଭିସ୍ତାରା ସହିତ ଯାତ୍ରା କରିଛନ୍ତି । ବିମାନ ହ୍ରାସ୍ ପାଉଥିବା କ୍ଷମତା ମଧ୍ୟରେ ବିମାନ ଭଢ଼ା ବଢ଼ିଛି । ଯଦ୍ୱାରା କମ୍ ଲୋକ ବିମାନ ଯାତ୍ରାର ବିକଳ୍ପ ଚୟନ କରିଛନ୍ତି । ସେହିପରି ୨୦୧୯ମାର୍ଚ୍ଚ ସୁଦ୍ଧା ଡିଜିସିଏ ଡାଟା ଅନୁସାରେ ୨.୭ଲକ୍ଷ ଘରୋଇ ଯାତ୍ରୀ ନିଜ ବିମାନ ଯାତ୍ରା ବାତିଲ କରିଛନ୍ତି । ଯେଉଁ ଯାତ୍ରୀଙ୍କ ବିମାନ ସର୍ବାଧିକ ବାତିଲ ହୋଇଛି ସେଥିରେ ସ୍ପାଇସ୍ ଜେଟ୍ (୨.୩ ଲକ୍ଷ ଯାତ୍ରୀ) ଓ ଜେଟ୍ ଏୟାର୍ୱେଜ୍ (୨୬,୧୮୫ଯାତ୍ରୀ) ସାମିଲ ରହିଛି । ବିମାନ ରଦ୍ଦର ହେବାର ପରିଣାମ ସ୍ୱରୁପ ବିମାନ ଯାତ୍ରା ବିକଳ୍ପ ଚୟନ କରୁଥିବା ଯାତ୍ରୀଙ୍କ ସଂଖ୍ୟାରେ ହ୍ରାସ୍ ଘଟିଲା । ଗତ ୫ବର୍ଷ ମଧ୍ୟରେ ଭାରତୀୟ ଆଭିଏସନ୍ ଇଣ୍ଡଷ୍ଟ୍ରୀ ଏପରି ଏକ ଅଭିବୃଦ୍ଧିର ସମ୍ମୁଖିନ ହୋଇଥିଲା । ୨୦୧୮ଆର୍ଥିକ ବର୍ଷ ଆରମ୍ଭରେ ତେଲ ମୂଲ୍ୟ କମିଥିଲା । ଯଦ୍ୱାରା ଏୟାର୍ଲାଇନ୍ସ ଭଡ଼ା ହ୍ରାସ୍ କରି ବିମାନ ଯାତ୍ରାକୁ ଅଧିକ ଶସ୍ତା କରାଯାଇଥିଲା । ଅକ୍ଟୋବର ୨୦୧୮ଆଭିଏସନ୍ ଇଣ୍ଡଷ୍ଟ୍ରୀ ପାଇଁ ଲଗାତାର ଏପରି ୫୦ତମ ମାସ ରହିଥିଲା ଯେତେବେଳେ ଅଭିବୃଦ୍ଧି ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାରେ ଦୃଶ୍ୟମାନ ହେଉଥିଲା । ଏହି ମାସରେ ସର୍ବାଧିକ ଅଭିବୃଦ୍ଧି ପାଖାପାଖି ୩୦% ୨୦୧୫-୧୬ର କିଛି ମାସରେ ହୋଇଥିଲା । ହେଲେ ଗତ କିଛି ମାସରେ ମହଙ୍ଗା ଜେଟ୍ ତେଲ, ଟଙ୍କାରେ ହ୍ରାସ୍ ଓ ସ୍ୱଳ୍ପ କ୍ଷମତା ବିଶିଷ୍ଟ କେତେକ କାରଣ ମଧ୍ୟରେ ଏୟାର୍ଲାଇନ୍ସ ଭଡ଼ାରେ ବୃଦ୍ଧି କରାଯାଉଛି । ଯଦ୍ୱାରା ଅଭିବୃଦ୍ଧି ହାରରେ ହ୍ରାସ୍ ହେଉଛି । ହେଲେ ଏହାପରେ ବି ଉକ୍ତ କ୍ଷେତ୍ର ସନ୍ତୋଷଜନକ ସ୍ତର ବଳବତ୍ତର ରଖିଥିଲା । ଡିସେମ୍ବର ୨୦୧୮ଶେଷ ମାସ ସୁଦ୍ଧା ଏହି ଅଭିବୃଦ୍ଧି ଦୁଇ ଅଙ୍କରେ ରହିଥିଲା । ଚଳିତ ମାସରେ ସମୁଦାୟ ୧.୩କୋଟି ଘରୋଇ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି । ଯାହାକି ଗତ ବର୍ଷ ୨୦୧୮ ତୁଳନାରେ ୧୨.୯% ଅଧିକ ଥିଲା । ଜାନୁଆରୀ ଓ ଫେବ୍ରୁଆରୀରେ ଘରୋଇ ଅଭିବୃଦ୍ଧି ହାର କ୍ରମଶଃ ୯.୧% ଓ ୫.୬% ରହିଥିଲା । ହେଲେ ବେଇଂ ୭୩୭ ମାକ୍ସ ବନ୍ଦ ହେବା ଓ ଜେଟ୍ ସଙ୍କଟ ଦ୍ୱାରା ଅଭିବୃଦ୍ଧି ସମ୍ପୂର୍ଣ୍ଣ ଭାବେ ଅଟକିଯାଇଛି । ବିଶ୍ୱରେ ସର୍ବାଧିକ ବେଗରେ ବୃଦ୍ଧି ପାଉଥିବା ବିମାନ ବଜାର ପାଇଁ ଗତ କିଛି ଦିନ ଅଭିବୃଦ୍ଧି ଦୃଷ୍ଟିରୁ ଉନ୍ନତ ସାବ୍ୟସ୍ତ ହୋଇଥିଲା ।
ପ୍ରକାଶ ଯେ ଜେଟ୍ ବନ୍ଦ ହୋଇସାରିଛି । ଏହା ପୁନଃ ଚାଲୁ ହେବା ସମ୍ଭାବନା ଏହାର ବିକ୍ରି ପ୍ରକ୍ରିୟା ଉପରେ ନିର୍ଭର କରି୍ଥାଏ । ସରକାର ଅନ୍ୟ ଏୟାର୍ଲାଇନ୍ସରୁ ନିଜ ଏୟାର୍କ୍ରାଫ୍ଟର ଗମନାଗମନ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି । ଯଦ୍ୱାରା ଜେଟ୍ ଏୟାର୍ୱେଜ୍ ବନ୍ଦ ହେବା ଦ୍ୱାରା ଖାଲି ହୋଇଥିବା ଗ୍ୟାପ୍କୁ ପୁରଣ କରାଯାଇପାରିବ । ଏୟାର୍ଲାଇନ୍ ଅଧିକାରୀମାନେ ଚେତାବନୀ ଦେଇଥିଲେ ଯେ ସମ୍ପୂର୍ଣ୍ଣ ଭାବେ କାରବାର କରୁଥିବା ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଏୟାର୍ପୋର୍ଟ ଉପରେ ହଠାତ୍ ସ୍ଲଟ୍ ଉପଲବ୍ଧ ହେବା ଯୋଗୁଁ ଆମେ ଓ ପ୍ଲେନ୍ ନିଜ ବେଡ଼େରେ ସାମିଲ କରାଯିବ । ତେଲ ମୂଲ୍ୟ ବ୍ୟାରେଲ୍ ପ୍ରତି ୮୦ଡଲାର ହୋଇଥିବା ବେଳେ ୧ଡଲାର ୭୦ଟଙ୍କାରେ ପହଞ୍ଚିବା ଚିନ୍ତାର କାରଣ ପାଲଟିଛି । ସେମାନେ କହିଛନ୍ତି ଯେ ଆଗାମୀ ଦିନରେ ସରକାରଙ୍କୁ ଜେଟ୍ ତେଲରେ ଟିକସ କମାଇବା ଉପରେ ବିଚାର କରିବା ଆବଶ୍ୟକ । ଯଦ୍ୱାରା ବିଶ୍ୱସ୍ତର ତୁଳନାରେ ଦେଶରେ ଘରୋଇ ବିମାନ ପାଇଁ ଇନ୍ଧନ ମୂଲ୍ୟ ସର୍ବାଧିକ ମହଙ୍ଗା ହୋଇଛି । ଆଗାମୀ ଦିନରେ ସରକାର ଯଦି ଏହି ଦିଗ ପ୍ରତି ବିଶେଷ ଦୃଷ୍ଟି ନଦିଅନ୍ତି ତେବେ ଅନେକ କିଙ୍ଗଫିଶର୍ ଓ ଜେଟ୍ ଏୟାର୍ୱେଜ୍ ଦେଖିବାକୁ ମିଳିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।
ଡିଜିସିଏର ଡାଟା ଅନୁସାରେ ମାର୍ଚ୍ଚ ୨୦୧୯ରେ ଶେଡ୍ୟୁଲ୍ଡ ଘରୋଇ ଏୟାର୍ଲାଇନ୍ସ ଦ୍ୱାରା ଯାତ୍ରୀଙ୍କ ସହିତ ସମ୍ବନ୍ଧିତ ସମୁଦାୟ ୧୬୮୪ଅଭିଯୋଗ ମିଳିଛି । ଏଥିରେ ସର୍ବାଧିକ ୧୦ହଜାରରେ ୧୫.୧% ଅଭିଯୋଗ ଜେଟ୍ ପାଇଁ ଥିଲା । କାହିଁକି ନା ଏହି ଏୟାର୍ଲାଇନ୍ ବହୁଳ ଭାବେ ଫ୍ଲାଇଟ୍ସ ରଦ୍ଦ କରୁଥିଲା । ଘରୋଇ ବିମାନ ସଫଳରେ ଅଭିବୃଦ୍ଧି ବଢ଼ିବାର ସମ୍ଭାବନା ରହିଛି । କାହିଁକି ନା ଜେଟ୍ର କାର୍ଯ୍ୟ ଅଟକିବା ପରେ ନିଜ ଏୟାର୍କ୍ରାଫ୍ଟର ସଂଖ୍ୟା ବୃଦ୍ଧି କରୁଛି । ସ୍ପାଇସ୍ ଜେଟ୍ ମଧ୍ୟ ୩୦ବୋଇଙ୍ଗ ୭୩୭ଏସ୍ ଅପରେଟ୍ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ