୫୬ କେନ୍ଦ୍ରର ୬୦୪ ପ୍ରକୋଷ୍ଠରେ ରହିବେ ୭ ହଜାର ୨ଶହ ରାଜ୍ୟ ବାହାର ଫେରନ୍ତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଲକଡ଼ାଉନ ଶେଷ ହେବା ପରେ ରାଜ୍ୟ ବାହାର ଫେରନ୍ତାଙ୍କୁ ଥାଇଥାନ କରିବା ପାଇଁ ହିଞ୍ଜିଳି ବ୍ଳକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ବ୍ଳକର ୫୬ଟି ଅସ୍ଥାୟୀ କେନ୍ଦ୍ରରେ ୬୦୪ ଟି ପ୍ରକୋଷ୍ଠରେ ପ୍ରାୟ ୭ହଜାର ୨ଶହ ଜଣଙ୍କୁ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଡ଼ିଓ ପ୍ରସନ କୁମାର ପାତ୍ର କହିଛନ୍ତି । ଭାବନ୍ଦ ଗ୍ରାମ ପଂଚାୟତତର ଭାବନ୍ଦ ଗ୍ରାମର ୨ଟି କେନ୍ଦ୍ରର ୯ଟି ପ୍ରକୋଷ୍ଠରେ ୯୦ଜଣ, ସୂର୍ଯ୍ୟନାରାୟଣପୁର ଗ୍ରାମର ୨ଟି କେନ୍ଦ୍ରରେ ୩ଟି ପ୍ରକୋଷ୍ଠ, ଶିଖରପୁର ଗ୍ରାମର ୫ଟି କେନ୍ଦ୍ରର ୧୭ଟି ପ୍ରକୋଷ୍ଠ ରହିଛି । ଧୋବାଡ଼ି ପଂଚାୟତର ଧୋବାଡ଼ି ଗ୍ରାମର ୨ଟି କେନ୍ଦ୍ରର ୬ଟି ପ୍ରକୋଷ୍ଠ, ଡ଼ି. ପାଟପୁର ଗ୍ରାମର ୫ଟି କେନ୍ଦ୍ରର ୧୮ଟି ପ୍ରକୋଷ୍ଠ, ବାଉରିପଲ୍ଲୀ ଗ୍ରାମର ଗୋଟିଏ କେନ୍ଦ୍ରରେ ୨ଟି ପ୍ରକୋଷ୍ଠ ରହିଛି । ସାହାପୁର ପଂଚାୟତର ହନ୍ତୋଷ ଗ୍ରାମରେ ଗୋଟିଏ କେନ୍ଦ୍ରର ଗୋଟିଏ ପ୍ରକୋଷ୍ଠ, ସାହାପୁର ଗ୍ରାମର ୪ଟି କେନ୍ଦ୍ରରେ ୧୮ଟି ପ୍ରକୋଷ୍ଠ, ସିଳାପଲ୍ଲୀ ଗ୍ରାମର ଗୋଟିଏ କେନ୍ଦ୍ରରେ ୨ଟି ପ୍ରକୋଷ୍ଠ ରହିଛି । ବୁରୁପୋଡ଼ା ପଂଚାୟତର ବୁରୁପୋଡ଼ା ଗ୍ରାମରେ ୫ଟି କେନ୍ଦ୍ରରେ ୨୭ ଟି ପ୍ରକୋଷ୍ଠ, ନୁଆଁବୁରୁପୋଡ଼ା ଗ୍ରାମର ଗୋଟିଏ କେନ୍ଦ୍ରରେ ୨ଟି ପ୍ରକୋଷ୍ଠ, ପୋଡ଼ିଙ୍ଗି ଗ୍ରାମର ୩ଟି କେନ୍ଦ୍ରରେ ୧୫ଟି ପ୍ରକୋଷ୍ଠ ରହିଛି । ଚାନ୍ଦୁଲି ଗ୍ରାମ ପଂଚାୟତର ଚାନ୍ଦୁଲି ଗ୍ରାମର ୨ଟି କେନ୍ଦ୍ରରେ ୧୦ଟି ପ୍ରକୋଷ୍ଠ, ଖଣ୍ଡରା ଗ୍ରାମର ୩ଟି କେନ୍ଦ୍ରରେ ୧୦ଟି ପ୍ରକୋଷ୍ଠ ରହିଛି । ଖରିଡ଼ା ପଂଚାୟତର ଖରିଡ଼ରା ଗ୍ରାମରେ ୫ଟି କେନ୍ଦ୍ରରେ ୧୬ଟି ପ୍ରକୋଷ୍ଠ, ଗିରିଆ ଗ୍ରାମର୨ଟି କେନ୍ଦ୍ରରେ ୩ଟି ପ୍ରକୋଷ୍ଠ ରହିଛି । ଦୟାପଲ୍ଲୀ ପଂଚାୟତର ୪ଟି କେନ୍ଦ୍ରରେ ୨୦ଟି ପ୍ରକୋଷ୍ଠ ରହିଛି । ଦୁର୍ବନ୍ଧ ପଂଚାୟତର ଦୁର୍ବନ୍ଧ ଗ୍ରାମରେ ୬ଟି କେନ୍ଦ୍ରରେ ୨୫ଟି ପ୍ରକୋଷ୍ଠ, ଖାଜିପଲ୍ଲୀ ଗ୍ରାମର ଗୋଟିଏ କେନ୍ଦ୍ରରେ ୨ଟି ପ୍ରକୋଷ୍ଠ, ଗୋଦରାପଲ୍ଲୀ ଗ୍ରାମର ୨ଟି କେନ୍ଦ୍ରରେ ୮ଟି ପ୍ରକୋଷ୍ଠ ରହିଛି । ବେଲଗାଁ ପଂଚାୟତର ୪ଟି କେନ୍ଦ୍ରରେ ୧୮ଟି ପ୍ରକୋଷ୍ଠ ରହିଛି । ଗଣ୍ଡଳା ଗ୍ରାମ ପଂଚାୟତର ଗଣ୍ଡଳା ଗ୍ରାମରେ ୪ଟି କେନ୍ଦ୍ରରେ ୩୨ଟି ପ୍ରକୋଷ୍ଠ, ମାରୁପଲ୍ଲୀ ଗ୍ରାମର ଗୋଟିଏ କେନ୍ଦ୍ରରେ ୨ଟି ପ୍ରକୋଷ୍ଠ, ପଳାସି ଗ୍ରାମର ୩ଟି କେନ୍ଦ୍ରରେ ୮ଟି ପ୍ରକୋଷ୍ଠ, ସିକୁଳିପଲ୍ଲୀ ଗ୍ରାମର ୩ଟି କେନ୍ଦ୍ରରେ ୫ଟି ପ୍ରକୋଷ୍ଠ ରହିଛି । ଦାରୁଭଦ୍ରା ପଂଚାୟତର ଦାରୁଭଦ୍ରା ଗ୍ରାମର ୨ଟି କେନ୍ଦ୍ରରେ ୪ଟି ପ୍ରକୋଷ୍ଠ, ନିମିଗାଁର ୩ଟି କେନ୍ଦ୍ରରେ ୯ଟି ପ୍ରକୋଷ୍ଠ, ସାପୁଆପଲ୍ଲୀ ଗ୍ରାମର ଗୋଟିଏ କେନ୍ଦ୍ରରେ ୧୦ଟି ପ୍ରକୋଷ୍ଠ. ମୋହନାପଲ୍ଲୀ ଗ୍ରାମର ୪ଟି କେନ୍ଦ୍ରରେ ୬ଟି ପ୍ରକୋଷ୍ଠ ରହିଛି । କଂଚୁରୁ ପଂଚୟତର କଂଚୁରୁ ଗ୍ରାମର ଗୋଟିଏ କେନ୍ଦ୍ରରେ ୨ଟି, କଇଠଖଣ୍ଡି ଗ୍ରାମର ଗୋଟିଏ କେନ୍ଦ୍ରରେ ୧୧ଟି, କଂଟାଇକୋଳି ଗ୍ରାମର ୨ଟି କେନ୍ଦ୍ରରେ ୫ଟି, ଶ୍ରଦ୍ଧାପୁର ଗ୍ରାମର ଟି କେନ୍ଦ୍ରରେ ୫ଟି ପ୍ରକୋଷ୍ଠ ରହିଛି । ବଡ଼ଖଣ୍ଡି ପଂଚାୟତର ବଡ଼ଖଣ୍ଡି ଗ୍ରାମର ୪ଟି କେନ୍ଦ୍ରର ୧୦ଟି, ରଙ୍ଗୁଣିପଲ୍ଲୀର ୨ଟି କେନ୍ଦ୍ରରେ ୪ଟି, ଗୋପିନାଥପୁର ଗ୍ରାମର ୨ଟି କେନ୍ଦ୍ରରେ ୯ଟି, କେନ୍ଦ୍ରରେ ୧୫ଟି, ବଳରାମପୁର ଗ୍ରାମର ୨ଟି କେନ୍ଦ୍ରରେ ୮ଟି, ପଲ୍ଲୀପଦ୍ମନାଭପୁର ଗ୍ରାମର ୨ଟି କେନ୍ଦ୍ରରେ ୬ଟି ପ୍ରକୋଷ୍ଠ । ନନ୍ଦିକ ପଂଚାୟତର ନନ୍ଦିକ ଗ୍ରାମରେ ୫ଟି କେନ୍ଦ୍ରର ୨୦ଟି ପ୍ରକୋଷ୍ଠ, ପୁଟିଆପଦର ଗ୍ରାମ ପଂଚାୟତର ପୁଟିଆପଦର ଗ୍ରାମର ୨ଟି କେନ୍ଦ୍ରର ୬ଟି, ବାଳକୃଷ୍ଣପୁର ଗ୍ରାମର ୪ଟି କେନ୍ଦ୍ରର ୧୬ଟି, ଦୟାନିଧିପୁର ଗ୍ରାମର ୨ଟି କେନ୍ଦ୍ରର ୫ଟି, ଦିଗାପଡ଼ା ଗ୍ରାମର ୨ଟି କେନ୍ଦ୍ରର ୪ଟି ପ୍ରକୋଷ୍ଠ । ରାଳବ ପଂଚାୟତର ଆଲପୁର ଗ୍ରାମର ୪ଟଠି କେନ୍ଦ୍ରରେ ୧୨ଟି, ରାଳବ ଗ୍ରାମର ୫ଟି କେନ୍ଦ୍ରର ୧୩ଟି ପ୍ରକୋଷ୍ଠ । ପୋଚିଲିମା ପଂଚାୟତର ପୋଚିଲିମା ଗ୍ରାମର ୬ଟି କେନ୍ଦ୍ରର ୨୪ଟି, ବୁଗୁଡ଼ାପଲ୍ଲୀ ଗ୍ରାମର ଗୋଟିଏ କେନ୍ଦ୍ରର ୨ଟି, ସୋମପୁର ଗ୍ରାମର ୨ଟି କେନ୍ଦୟର ୫ଟି, ସିଙ୍ଗିପୁର ଗ୍ରାମର ୨ଟି କେନ୍ଦ୍ରର ୫ଟି, ଭେଙ୍କଟରାୟପଲ୍ଲୀ ଗ୍ରାମର ୩ଟି କେନ୍ଦ୍ରର ୧୪ଟି ପ୍ରକୋଷ୍ଠ । ସାରୁ ପଂଚାୟତର ପୁନରଖଣ୍ଡି ଗ୍ରାମର ଗୋଟି, କେନ୍ଦ୍ରରେ ୩ଟି, ସାରୁ ଗ୍ରାମର ୪ଟି କେନ୍ଦ୍ରରେ ୧୪ଟି ପ୍ରକୋଷ୍ଠ । ଶାସନ ଆମ୍ବଗାଁ ପଂଚାୟତର ବାଦିଆମ୍ବଗାଁର ୨ଟି କେନ୍ଦ୍ରର ୬ଟି, ଶାସନ ଆମ୍ବଗାଁର ୫ଟି କେନ୍ଦ୍ରର ୩୯ଟି ପ୍ରକୋଷ୍ଠକୁ କ୍ୱରେଟାଇନ ଗୃହ ଭାବେ ପ୍ରସ୍ତୁତ କରାଯାଇଛି । ସେହିପରି ସିକିରି ପଂଚାୟତର ୫ଟି କେନ୍ଦ୍ରର ୧୬ଟି ପ୍ରକୋଷ୍ଠକୁ କ୍ୱରେଟାଇନ ଗୃହ ଭାବେ ପ୍ରସ୍ତୁତ କରାଯାଇଥିବା ଏବଂ ପ୍ରତ୍ୟେକ ପ୍ରକୋଷ୍ଠରେ ପ୍ରାୟ ୧୦ ଜଣ ବାହାର ରାଜ୍ୟ ଫେରନ୍ତା ରହିବାର ବ୍ୟବସ୍ଥା କରାଯାଇଥିବା ବିଡ଼ିଓ ପାତ୍ର କହିଛନ୍ତି । ପ୍ରତ୍ୟେକ କେନ୍ଦ୍ରରେ ତଦାରଖ ସକାଶେ ୩ ଜଣ ଶିକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରତ୍ୟେକ ଶିକ୍ଷକ ସିଫ୍ଟ ଅନୁଯାୟୀ ୮ଘଂଟା ଲେଖାଏଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ପ୍ରତି ଗ୍ରାମ ପଂଚାୟତରେ ନିର୍ବାଚିତ ପ୍ରତିନିଧି , ଅଙ୍ଗନୱାଡ଼ି, ଆଶାକର୍ମୀ ସହ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ବୈଠକ ମାଧ୍ୟମରେ ସଚେତନ କରାଯାଉଛି । ବାହାର ରାଜ୍ୟରୁ ଘରକୁ ଫେରି ଆସିବାକୁ ଚାହୁଁଥିବା ଲୋକଙ୍କ ନାମ ପଂଞ୍ଜିକରଣ କରାଯାଉଛି । ଅନଲାଇନ ମାଧ୍ୟମରେ ୨୪୦ ଜଣ ପଞ୍ଜିକୃତ କରିଥିବା ଜଣାପଡ଼ିଛି । ଏଥଇ ସକାଶେ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତି ଜାରି ରହିଛି ବୋଲି ବିଡ଼ିଓ ପାତ୍ର କହିଛନ୍ତି । ପ୍ରତ୍ୟେକ କ୍ୱାରାଟାଂଇନ ଗୃହକୁ ବିଭିନ୍ନ ସମୟରେ ଉପ ଜିଲ୍ଲାପାଳଙ୍କ ସମେତ ବହୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଦାରଖ କରୁଛନ୍ତି ।