୫୭ ଲିଟର ମଦ ଜବତ: ବ୍ୟବସାୟୀ ଗିରଫ
ଗଂଜାମ, (ବିନୋଦ ପଲେଇ): ହୁମ୍ମା ଫାଣ୍ଡି ଅନ୍ତର୍ଗତ ରଘୁନାଥପୁର ଗ୍ରାମର ପୋଖରୀ ନିକଟରୁ ଏକ ମଦ ବ୍ୟବସାୟୀଙ୍କ ଠାରୁ ୫୭ ଲିଟର ମଦ ଜବତ କରିଛି ହୁମ୍ମା ପୋଲିସ । ରଘୁନାଥପୁର ଗ୍ରାମର ପ୍ରକାଶ ସାହୁ(୨୩) ନାମକ ଏକ ଯୁବ ବ୍ୟବସାୟୀ ଗ୍ରାମ ପୋଖରୀ ନିକଟରେ ମଦ ବିକ୍ରି କରୁଥିବା ବେଳେ ଖବର ପାଇ ହୁମ୍ମା ଫାଣ୍ଡି ଏ.ଏସ ଆଇ ବାଇବସ୍ତୁ ପ୍ରଧାନ ଚଢ଼ାଉ କରି ୫୭.୩୦୦ ଲିଟର ଦେଶୀ ମଦ ଜବତ କରି ଯୁବ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।ଏନେଇ ରମ୍ଭା ଥାନାରେ କେଶ୍ ନଂ- ୪୪୮/୨୧ ମାମଲା ରୁଜ୍ଜୁ କରିଛି ହୁମ୍ମା ପୋଲିସ ।