ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ମୟୂରଭଂଜ ମୋଟର ଚାଳକ ସଂଘ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ସାଂପ୍ରତିକ ପରିସ୍ଥିତିରେ ମୋଟରଚାଳକମାନେ ବହୁଆର୍ଥିକ ଓ ସାମାଜିକ ସୁରକ୍ଷା ନେଇ ଦୁର୍ଦିନରେ ଜୀବନ କାଳାତିପାତ କରୁଛନ୍ତି । ମୟୂରଭଂଜ ଜିଲ୍ଲାର ଦୁଆରଶୁଣି ଘାଟି ପାଲଟିଛି ମରଣଯନ୍ତା ।ପ୍ରତି ସପ୍ତାହରେ କିଛିନା କିଛି ମର୍ମନ୍ତୁକ ଦୁର୍ଘଟଣା ଘଟୁଛି ।ଟ୍ରକ,କେଣ୍ଟେନର ଘାଟିରୁ ବହୁ ତଳକୁ ଖସି ପଡି ଚାଳକ ଓ ଖଲାସୀଙ୍କର ମୃତ୍ୟୁ ହେଉଛି ।ଏସବୁ ନେଇ ମୟୂରଭଂଜ ମୋଟର ଚାଳକ ସଂଘ ତରଫରୁ ରାଇରଙ୍ଗପୁରର ମୁର୍ମୁ ଛକରୁ ଲକ୍ଷ୍ମଣ ଟୁଡୁଙ୍କ ନେତୃତ୍ବରେ ପ୍ଲାକାର୍ଡ ସହ ଏକବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନିଜର ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ମଧ୍ୟରେ ଦୁଆରଶୁଣୀ ଘାଟୀକୁ ଓସାରିଆ କରିବା ସହ ଯୁଦ୍ଧକାଳୀନ ଭିତରେ କାମ ସାରିବା,କିଛି ସ୍ଥାନରେ ଗାଡି ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରିବା,୨୪ଘଣ୍ଟିଆ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା,ବାଦାମପାହାଡ,ସୁଲାଇପାଟ ଏବଂ ଗୋରୁମହିଷାଣୀ ଅଂଚଳରେ ସ୍ଥାନୀର ମୋଟର ଚାଳକମାନଙ୍କୁ ନିଯୁକ୍ତି ସହ ଖଣି ନିୟମ ଅନୁସାରେ ଉଚିତ ଦରମା ପ୍ରଦାନ ,ମୋଟର ଚାଳକଙ୍କ ପାଇଁ ସ୍ବତନ୍ତ୍ର ମଙ୍ଗଳ ଓ ସାମାଜିକ ସୁରକ୍ଷା ଯୋଜନା ପ୍ରଣୟନ କରିବା,ବିଶୋଇରେ ଏକ ଟ୍ରାମା ସେଣ୍ଟର ପ୍ରତିଷ୍ଠା ।ଦାବିପତ୍ରକୁ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀଙ୍କୁ ପ୍ରଦାନ କରିଥିଲେ ।ତଦସହ ମୋଟର ଚାଳକମାନେ ବିଭିନ୍ନ ସମସ୍ୟା ନେଇ ସହକାରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।ଜିଲ୍ଲାର ବିଭିନ୍ନ ବ୍ଳକ ମୋଟର ଚାଳକ ସଂଘର ସଦସ୍ୟ ମାନେ ଆସି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ