୫-ଟି ଦକ୍ଷତା ବିକାଶ ଓ ଡିଜିଟାଲ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୨ଟି ସ୍ଥାନରେ ପଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ଦକ୍ଷତା ଓ ଡିଜିଟାଲ ବିକାଶ ପ୍ରଶିକ୍ଷଣ ଶିବିରରେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର, ଜିଲ୍ଲା ସଂଯୋଜକ କାର୍ଯ୍ୟାଳୟ କନ୍ଧମାଳର ଏମଆଇଏସ ପ୍ରୋଗ୍ରାମର ଶେଖର ବେହେରା, ଯୋଜନା ସଂଯୋଜକ ଜଗତ ରଞ୍ଜନ ବିଶ୍ୱାଳ, ଗୁଣାତ୍ମକ ଶିକ୍ଷା ସଂଯୋଜକ ସମର ବେହେରାଙ୍କ ମିଳିତ ତତ୍ୱାବଧାନରେ ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହୋଇଛି l ଏହି ପ୍ରଶିକ୍ଷଣ ଶିବିରର ଉଦଯାପନ ଉତ୍ସବରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଢଙ୍ଗି ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରର ଉଦେଶ୍ୟକୁ ଉପସ୍ଥାପନ କରିବା ସହ ତାଲିମ ଅଂଶ ଗ୍ରହଣକାରିଙ୍କୁ ମାନପତ୍ର ପ୍ରଦାନ କରିଥିଲେ l ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅଶୋକ କୁମାର ପାତ୍ର, ଜିଲ୍ଲା ବିଜ୍ଞାନ ସହ ନିରୀକ୍ଷକ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ଡିଜିଟାଲ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଶିକ୍ଷକମାନେ ଅଗ୍ରସର ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ l ଏହି ଉଦଯାପନ ଉତ୍ସବକୁ ଶେଖର ବେହେରା ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ