୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ ପାଗ ମେଘୁଆ ରହିବ। କିଛି ସ୍ଥାନରେ ଘଡ଼ଘଡ଼ି ବର୍ଷା ସହିତ ଘନ କୁହୁଡ଼ିର ସମ୍ଭାବନା ରହିଛି। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ରବିବାର ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡିରେ ବର୍ଷାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଏଠାରେ କୁହୁଡ଼ି ମଧ୍ୟ ଦେଖାଦେବ। ଗୁରୁବାର ପର୍ଯ୍ୟନ୍ତ ଆକାଶ ମେଘୁଆ ରହିବା ବର୍ଷା ସମ୍ଭାବନା ଲାଗିରହିବ। ଦୁଇ ତିନିଦିନ ପର୍ଯ୍ୟନ୍ତ ରାତି ସମୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ