ମୁଖ୍ୟମନ୍ତ୍ରୀଙ୍କୁ ସୁରେଶ ପୂଜାରୀଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଚିଠି ଲେଖିଛନ୍ତି । ବରଗଡ଼ ହେଡକ୍ୱାର୍ଟର ହସ୍ପିଟାଲକୁ ସିଟି ହସ୍ପିଟାଲ କରିବାକୁ ଦାବି କରି ଶ୍ରୀ ପୂଜାରି ଏହି ଚିଠି ଲେଖିଛନ୍ତି । ଶ୍ରୀ ପୂଜାରୀ ଉକ୍ତ ଚିଠିଲେ ଉଲ୍ଲେଖ କରିଛନ୍ତି ଯେ, ବରଗଡ଼ ହେଡକ୍ୱାର୍ଟର ହସ୍ପିଟାଲକୁ ସିଟି ହସ୍ପିଟାଲ କରାଯାଇ ସେଠାରେ ଆବଶ୍ୟକୀୟ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ଦିଆଯାଉ । ନିକଟରେ ଭଟଲୀର ଟୁକୁର୍ଲାଠାରେ ବରଗଡ଼ ହସ୍ପିଟାଲର ନୂଆ କ୍ୟାମ୍ପସ କରାଯାଇଛି । ତେବେ ନୂଆ କ୍ୟାମ୍ପସକୁ ଯୋଗାଯୋଗର ସୁବିଧା ନାହିଁ । ଫଳରେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରୀ ପୂଜାରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ବରଗଡ଼ରେ ଷ୍ଟେଜ-୩ କ୍ୟାନ୍ସର ହସ୍ପିଟାଲ ଘୋଷଣାକୁ ଶ୍ରୀ ପୂଜାରୀ ସ୍ୱାଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ