୫ ମାସ ବିତିଗଲା, ବିଶ୍ୱ ହକି କପ୍ ସମ୍ପର୍କିତ ତଥ୍ୟ ମିଳିଲା ନାହିଁ : ଓଡ଼ିଶା ସୂଚନା ଅଧିକାର ଅଭିଯାନ
ଭୁବନେଶ୍ୱର : ଗତ ନଭେମ୍ବର ୨୦୧୮ରେ ରାଜ୍ୟ ସରକାର ବହୁ ଆଡ଼ମ୍ବରରେ ବିଶ୍ୱ ହକି କପ୍ ଖେଳ ଭୁବନେଶ୍ୱରରେ ଆୟୋଜନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ଦ୍ୱାରା ସମଗ୍ର ବିଶ୍ୱରେ ଓଡ଼ିଶା ପରିଚିତ ହେଲା ଏବଂ ପ୍ରଶଂସିତ ହେଲା ବୋଲି ରାଜ୍ୟ ସରକାର ଦାବୀ କରିଥିଲେ । ହକି ଖେଳ ଆୟୋଜନ ପାଇଁ କେଉଁ କେଉଁ ସୂତ୍ରରୁ କେତେ ଅର୍ଥ ଆସିଥିଲା ଏବଂ କେଉଁ ବାବଦରେ କେତେ ଖର୍ଚ୍ଚ ହୋଇଛି, ଏହାର ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ୍ ବଳରେ କ୍ରୀଡ଼ା ଓ ଯୁବସେବା ବିଭାଗ (ସମସ୍ତ ହକି ଖେଳ ଆୟୋଜନ ଏହି ବିଭାଗ ଦାୟିତ୍ୱରେ ଥିଲା) ସମେତ ଅନେକ ବିଭାଗକୁ ୧୫ଟି ଦରଖାସ୍ତ ପଡ଼ିଥିଲା । ୫ ମାସ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ହକି ଖେଳ ପାଇଁ ରାଜ୍ୟ ବଜେଟ୍ରେ ୮୨.୫୦ କୋଟି ବ୍ୟୟବରାଦ ଏବଂ ବିଭିନ୍ନ ସଂସ୍ଥାକୁ ୫ କୋଟି୍ ଟଙ୍କାର ଅଗ୍ରୀମ ଅର୍ଥ ଦିଆଯାଇଛି ବୋଲି ଦର୍ଶାଇ ତଥ୍ୟ ଦେଇଛନ୍ତି । କିନ୍ତୁ ହକି ଖେଳ ପାଇଁ କେଉଁ ସୂତ୍ରରୁ କେତେ ଅର୍ଥ ଆସିଛି, ବିଭିନ୍ନ କାର୍ଯ୍ୟ ପାଇଁ ବିଭିନ୍ନ ସଂସ୍ଥା ପାଇଁ ହୋଇଥିବା ଚୁକ୍ତିର କପି, ଖର୍ଚ୍ଚର ବିବରଣୀ, ହକି ଇଣ୍ଡିଆ ସହିତ ହୋଇଥିବା ଚିଠିର ଆଦାନ ପ୍ରଦାନର କପି, ହକି ଟିକେଟ ବିକ୍ରିରୁ ମିଳିଥିବା ଅର୍ଥ ଏବଂ ଏହାର ଖର୍ଚ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ଇତ୍ୟାଦି ତଥ୍ୟ ଏପର୍ଯ୍ୟନ୍ତ ଲୁ·ଇ ରଖାଯାଇଛି । ଅପର ପକ୍ଷରେ, ବିଭିନ୍ନ ସରକାରୀ ଦପ୍ତର ଯଥା ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ, ଜନସ୍ୱାସ୍ଥ୍ୟ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ମାଇନିଙ୍ଗ କର୍ପୋରେସନ ପ୍ରମୁଖ ଆଂଶିକ ତଥ୍ୟ ଦେଇଛନ୍ତି । ଏହିସବୁ ତଥ୍ୟରୁ ହକି ଖେଳ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ରାଜ୍ୟ ଅମଲାମାନେ କିପରି ମନଇଚ୍ଛା ଖର୍ଚ୍ଚ କରିଛନ୍ତିମ ଏବଂ ବ୍ୟାପକ ଅନିୟମିତତା ହୋଇଛି, ଏହାର ଆଭାସ ମିଳିଛି ।
କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ବିଶାଳ ଦେବଙ୍କ ଅନୁମୋଦନ କ୍ରମେ ଓ.ଏମ୍.ସି. ହକି ଇଣ୍ଡିଆକୁ ସ୍ପନସରସିପ୍ ବାବଦ ଏବଂ ଅଫିସିଆଲ ପାର୍ଟନର ହୋଇ ୨୦୧୭ ଏବଂ ୨୦୧୮ରେ ହାରାହାରି ୭୦ କୋଟି ଟଙ୍କା ହକି ଇଣ୍ଡିଆକୁ ଦିଆଯାଇଛି । ଭୁବନେଶ୍ୱରରେ ହକି ଇଣ୍ଡିଆ ତରଫରୁ ଆୟୋଜିତ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମ ଏହି ଅର୍ଥରେ ହୋଇଛି । ଏତେଗୁଡ଼ାଏ ଅର୍ଥ ଓ.ଏମ୍.ସି. ହକି ଇଣ୍ଡିଆକୁ ଦେଇଦେବା ପଛରେ କ’ଣ ରହସ୍ୟ ରହିଛି, ଏହାର ତଦନ୍ତ ହେଲେ ଜଣାପଡ଼ିବ । ହକି ଇଣ୍ଡିଆ ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ସିନେ ତାରକା ଏବଂ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ଦିଆଯାଇଥିବା ଅର୍ଥ ରାଜ୍ୟ ସରକାରଙ୍କ ଅର୍ଥ ଅଟେ । ରାଜ୍ୟ ଅମଲାମାନେ ମନଇଚ୍ଛା ଏହି ଅର୍ଥ ଖର୍ଚ୍ଚ କରିଛନ୍ତି । ଏତଦ୍ବ୍ୟତୀତ ଓ.ଏସ୍.ସି. ହକି ଇଣ୍ଡିଆକୁ ବହି ଛାପିବା ପାଇଁ ୬୨ ଲକ୍ଷ ଟଙ୍କା, ପୋଷ୍ଟର ପାଇଁ ୫,୬୦,୦୦୦ ଟଙ୍କା, ପାଇଁ ୨୯,୨୫,୦୩୮ ଟଙ୍କା ଇତ୍ୟାଦି ପ୍ରଦାନ କରିଛି । ସେହିପରି ଓ.ଏମ୍.ସି. ହକି ଖେଳର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଉସ୍ଥ ଫାଉଣ୍ଡେସନକୁ ୨୦ ଲକ୍ଷ ଟଙ୍କା, ଇର୍ମଜିଙ୍ଗ ସ୍ପୋର୍ଟସ୍ ହରିୟାଣାକୁ ୪୦ ଲକ୍ଷ ଟଙ୍କା, ଓଡ଼ିଶା ଲଳିତକଳା ଏକାଡ଼େମୀକୁ ୨୪ ଲକ୍ଷ ଟଙ୍କା, ଓଡ଼ିଶା ଲାଇଭ ପାଇଁ ୪ ଲକ୍ଷ ଟଙ୍କା ଦିଆଯାଇଛି । ଜନସ୍ୱାସ୍ଥ୍ୟ, ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ କଳିଙ୍ଗ ଷ୍ଟାଡ଼ିୟମରେ କେବଳ ଶୌ·ଳୟ ମରାମତି ପାଇଁ ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ସେହିପରି ବି.ଏମ୍.ସି. ମୁରାଲ ଆର୍ଟ ପାଇଁ ୩ କୋଟି, ଇ-ଟଏଲଟ ପାଇଁ ୫.୭୬ କୋଟି, ୱାଟର ଏଟି୍ଏମ୍ ପାଇଁ ୪୨.୯୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । କିନ୍ତୁ ଏହି ଖର୍ଚ୍ଚର ହିସାବ ବି.ଏମ୍.ସି. ଦେଉନାହିଁ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, କ୍ରୀଡ଼ା ଓ ଯୁବସେବା ବିଭାଗ ଏପର୍ଯ୍ୟନ୍ତ କୌଣସି ତଥ୍ୟ ଦେଉନାହିଁ । ହକି ଖେଳ ଆୟୋଜନ ନାମରେ ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ମନଇଚ୍ଛା ଟଙ୍କା ବାଣ୍ଟିବା ଯୋଗୁଁ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଛି । ସେହିପରି ଓ.ଏମ୍.ସି. ଏକକାଳୀନ ହକି ଖେଳ ପାଇଁ ୭୦ କୋଟି ଟଙ୍କା ହକି ଇଣ୍ଡିଆକୁ ଦେଇଦେବା ମଧ୍ୟ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଏହି ଅର୍ଥ ମଧ୍ୟ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ମନଇଚ୍ଛା ଖର୍ଚ୍ଚ କରିଛନ୍ତି । ତେଣୁ ହକି ଖେଳର ସମସ୍ତ ଅର୍ଥ ବ୍ୟୟବରାଦ ଏବଂ ଖର୍ଚ୍ଚର ସି.ଏ.ଜି. ଅଡ଼ିଟ୍ ସହିତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ, ସୁଧୀର ମହାନ୍ତି, ରଞ୍ଜନ ଦାସ, ସଞ୍ଜୟ ସାହୁ, ପ୍ରମୋଦ ଦେବ, ସଚ୍ଚିକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।