୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ୩ ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ଡେଲଟା ଛକ -କନ୍ଦଳପୁର କେନାଲ ରୋଡ଼ରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ କାକଟପୁର ଥାନା ଆଇଆଇସି ପ୍ରିୟରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳ ରେ ଚଢ଼ାଉ କରିବାରେ ୩ ଜଣ ଯୁବକଙ୍କ ସମେତ ଏକ ମୋବାଇଲ, ଏକ ହୋଣ୍ଡା ମୋଟରସାଇକେଲ ରେଜିଷ୍ଟ୍ରେସନ ନମ୍ବର ଓ ଆର ଜିରୋ ଫାଇଭ ବି ୧୪୫୯ ଏବଂ ୫୧ ଗ୍ରାମ ୧୦୦ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ l ଗିରଫ ଅଭିଯୁକ୍ତ ମାନେ ହେଲେ କାକଟପୁର ଥାନା ଓଳଙ୍ଗର ଗ୍ରାମର ଶିବପ୍ରସାଦ ସାହୁ, କାକଟପୁର ର ନିର୍ମଳ ଦୀକ୍ଷିତ ଏବଂ ନାରାୟଣ ଦୀକ୍ଷିତ।ଆଜି କାକଟପୁର ଥାନା କେଶ ନମ୍ବର ୨୧୯/୨୨ଦଫା ୨୧(ବି) ଏନଡ଼ିପିଏସ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l


