୬ଟି ଜିଲ୍ଲାକୁ ଗଲା ଏନ୍‌ଡିଆରଏଫ୍‌ ଟିମ୍‌

ଭୁବନେଶ୍ବର : ବାତ୍ୟା ଆମ୍ଫାନର ମୁକାବିଲା ପାଇଁ ଓଡିଶା ସରକାର ତତ୍ପର ରହିଥିବା ବେଳେ ଆଜି ୬ଟି ଜିଲ୍ଲାକୁ ଯାଇଛି ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ପୂର୍ବରୁ ୪ଟି ଜିଲ୍ଲାରେ ଏନ୍‌ଡିଆରଏଫ୍‌ ଟିମ୍‌ ମହଜୁଦ ରହିଥିବା ବେଳେ ଆଜି ଆଉ ୬ଟି ଜିଲ୍ଲାକୁ ଏନ୍‌ଡିଆରଏଫ୍‌ ଟିମ୍‌ ପଠାଯାଇଛି । ପୁରୀ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦ୍ରାପଡା, ଯାଜପୁର ଏବଂ ଭଦ୍ରକକୁ ଏହି ଟିମ୍‌ ଗୁଡିକ ଯାଇଛି । ପ୍ରତି ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନ୍‌ଡିଆରଏଫ୍‌ ଟିମ୍‌ ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବାତ୍ୟାର ରୂପ ନେବାକୁ ଯାଉଥିବା ଆମ୍ଫାନ ଓଡିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ