୬ଟି ନିରାମିଷ ଖାଦ୍ୟ ବାସ୍ତବରେ ଆମିଷ

୬ଟି ନିରାମିଷ ଖାଦ୍ୟ ବାସ୍ତବରେ ଆମିଷ
୬ଟି ନିରାମିଷ ଖାଦ୍ୟ ବାସ୍ତବରେ ଆମିଷ
ଖାଦ୍ୟ ନେଇ ଶାକାହାରୀ ଲୋକଙ୍କ ପାଖରେ ସୀମିତି ବିକଳ୍ପ ଥାଏ, କିନ୍ତୁ ସେମାନେ ଏଥିରେ ସନ୍ତୁଷ୍ଟ ରହନ୍ତି ଏବଂ ଏହାକୁ ଭରପୁର ଉପଭୋଗ କରନ୍ତି । ସମ୍ପୂର୍ଣ୍ଣ ଶାକାହାରୀ ବନ୍ଧୁଟିଏ ଆମିଷ ହୋଟେଲକୁ ନେଇକି ଗଲେ ତାଙ୍କର ପ୍ରତିକ୍ରିୟା କେମିତି ହୋଇଥାଏ, ତାହା ଆପଣ ଅଙ୍ଗ ନିଭାଉଥିବେ । ତେବେ ଆଜି ଆମେ ଏଠାରେ ଯେଉଁ କଥା ଲେଖୁଛୁ ତାହା ପଢ଼ିଲେ ଭେଜ ରେଷ୍ଟୁରାଣ୍ଟକୁ ଯାଉଥିବା ଶାକାହାରୀ ବ୍ୟକ୍ତିମାନଙ୍କ ହୋସ୍ ଉଡିଯିବ । ଭେଜ ରେଷ୍ଟୁରାଣ୍ଟରେ ଆମେ ଖାଉଥିବା ଅନେକ ଭେଜ୍ ବା ନିରାମିଷ ଖାଦ୍ୟ ରହିଛି, ଯାହା ପ୍ରକୃତରେ ନନ ଭେଜ ବା ଆମିଷ ହୋଇଥାଏ । ସେମିତି କିଛି ଖାଦ୍ୟ ସମ୍ପର୍କରେ ଆମେ ଏଠାରେ ଆଲୋଚନା କରୁଛୁ ।
ମେନଚାଓ ସୁପ୍ : ଆମେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଗଲେ ଆମ ପାଖରେ ସୁପ୍ ପାଇଁ ଦୁଇଟି ବିକଳ୍ପ ଥାଏ । ଗୋଟିଏ ଭେଜ ସୁପ ଓ ଆଉ ଗୋଟିଏ ନନଭେଜ ସୁପ । ଯଦି ଆପଣଙ୍କୁ କୁହାଯିବ ଯେ ବାସ୍ତବରେ ଆପଣ ଯେଉଁ ଭେଜ ସୁପ ପିଉଛନ୍ତି ତାହା ପୂର୍ଣ୍ଣ ମାତ୍ରାରେ ଭେଜ୍ ନୁହେଁ, ତାହା ହେଲେ ଆପଣଙ୍କ ପ୍ରତିକ୍ରିୟା କେମିତି ରହିବ । ମେନଚାଓ ଚୁପ ହେଉଛି ଚୀନର ଏକ ପ୍ରକାର ଭେଜ୍ସୁପ । ଆପଣମାନେ ପ୍ରାୟ ସମସ୍ତେ ରେଷ୍ଟୁରାଣ୍ଟକୁ ଗଲେ ଏହି ସୁପର ମଜା ନେଇଥିବେ । ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ମେନଚାଓ ସୁପରେ ମାଛରୁ ପ୍ରସ୍ତୁତ ଏକ ସସ୍ ପକାଯାଏ । ଏହାକୁ କୁହାଯାଏ ଟମ୍ ୟସ ସସ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟରେ ଏହି ସସର ବ୍ୟବହାର କରନ୍ତି । ତେବେ ସୁପ ଖାଇବା ପୂର୍ବରୁ ଯାଞ୍ଚ କରି ନେଲେ ଭଲ ।
ନାନ୍:ଜୈନ ଧର୍ମାବଲମ୍ବୀ ମାନେ ମଧ୍ୟ ନାନ ଖାଆନ୍ତି । କାରଣ ସେମାନେ ଭାବନ୍ତି ଯେ ଏହା ସମ୍ପୂର୍ଣ୍ଣ ନିରାମିଷ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ରେଷ୍ଟୁରାଣ୍ଟରେ ନାନ୍ର ଅଟାକୁ ଚକଟିବାବେଳେ ସେଥିରେ ଅଣ୍ଡା ମିଶାଇଥାଆନ୍ତି । ଅଣ୍ଡା ମିଶାଇବା ଦ୍ୱାରା ତାହା ନରମ ରହେ ।
ଧଳାଚିନି : ଏହାର ବହୁଳ ବ୍ୟବହାର ହୋଇଥାଏ । ଚା’ଠାରୁ ଆରମ୍ଭ କରି ଜଳଖିଆ ଓ ବିଭିନ୍ନ ପ୍ରକାର ମିଠା ଜିନିଷ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ । ଯଦି ଆପଣଙ୍କୁ କୁହାଯାଏ ଧଳା ଚିନି ମଧ୍ୟ ନନ୍ଭେଜ, ଆପଣଙ୍କ ପ୍ରତିକ୍ରିୟା କେମିତି ରହିବ । ଆପଣ କହିବେ ମିଛ । କିନ୍ତୁ ଏହା ମିଛ ନୁହେଁ । ଚିନିକୁ ବ୍ଳିଚ୍ କରିବା ପାଇଁ ନାଚୁରାଲ କାର୍ବନ ବ୍ୟବହାର କରାଯାଏ । ନାଚୁରାଲ କାର୍ବନ ହେଉଛି ପଶୁମାନଙ୍କର ଜଳି ଯାଇଥିବା ହାଡ଼ । ଅଧିକାଂଶ କମ୍ପାନୀ ଗ୍ରାନୁଲାର କାର୍ବନ ବ୍ୟବହାର କରିଥାଆନ୍ତି । କାରଣ ଏଥିରେ ପଶୁଙ୍କ ହାଡ ନଥାଏ । ତେଣୁ ମାଟିଆ ରଙ୍ଗର ଚିନି ବା ବ୍ରାଉନ କଲର ସୁଗାର ବ୍ୟବହାର କରନ୍ତୁ ।
ହାର୍ଟ ଫ୍ରେଣ୍ଡଲି ଅଏଲ : ଅନେକ ସମୟରେ ଆମକୁ ହାର୍ଟ ଫ୍ରେଣ୍ଡଲି ଅଏଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ । ଏହି ତେଲ କୋଲେଷ୍ଟ୍ରରଲ ସ୍ତରକୁ ନିୟନ୍ତ୍ରଣ କରେ । କିନ୍ତୁ ଜାଣିଛନ୍ତି ଏଗୁଡିକ ଭେଜ୍ ନୁହେଁ । ଅଧିକାଂଶ ହାର୍ଟ ଫ୍ରେଣ୍ଡଲି ଅଏଲରେ ଓମେଗା-୩ ଏସିଡ ରହିଛି ଏହାକୁ ମାଛ ତେଲରୁ ବାହାର କରାଯାଏ । ଆପଣମାନେ ଶୁଣିଥିବେ ଏହି ପ୍ରକାର ତେଲରେ ଭିଟାମିନ ଡି’ ମଧ୍ୟ ରହିଛି । ଏହି ଭିଟାମିନ୍ ମେଣ୍ଢାଠାରୁ ଆସିଥାଏ । ତେଣୁ ଏବେଠାରୁ ତେଲ କିଣିବା ବେଳେ ସେଥିରେ ମିଶିଥିବା ଉପାଦାନଗୁଡିକ ସମ୍ପର୍କରେ ଜାଣି ନିଅନ୍ତୁ ।
ସାଲାଡ ଡ୍ରେସିଂ:ଯେତେବେଳେ ଶାକାହାରୀମାନେ ବିଦେଶ ଗସ୍ତରେ ଯାଆନ୍ତି ଖାଇବା ପାଇଁ ହଇରାଣ ହୁଅନ୍ତି । କାରଣ ବିଦେଶରେ ପୂର୍ଣ୍ଣ ନିରାମିଷ ଖାଦ୍ୟ ମିଳିବା ବଡ଼ କଷ୍ଟ । ତେଣୁ ସେମାନେ ବିଶେଷ କରି ସାଲାଡ ଉପରେ ନିର୍ଭର କରନ୍ତି । କିନ୍ତୁ ସାଲାଡକୁ ଡ୍ରେସିଂ କରିବାକୁ ବ୍ୟବହାର କରାଯାଉଥିବା ଜିନିଷ ନିରାମିଷ ହୋଇନଥାଏ । ସାଲାଡରେ ବ୍ୟବହୃତ ସସ୍ରେ ଅଣ୍ଡା ପଡିଥାଇପାରେ । ତେଣୁ ଶାକାହାରୀ ବ୍ୟକ୍ତିମାନେ ବିଦେଶରେ ହୋଟେଲରେ ସାଲାଡ ଅର୍ଡର ଦେବା ବେଳେ ସେଥିରେ ପଡୁଥିବା ଉପାଦାନଗୁଡିକ ବିଷୟରେ ଭଲ ଭାବେ ପଚାରି ବୁଝି ନିଅନ୍ତୁ ।
ବିଅର: ବିଅରରେ କ’ଣ ସବୁ ମିଶିଛି ଜାଣିବା ପରେ ହୁଏତ ଅନେକ ଏହାକୁ ପିଇବା ଛାଡି ଦେଇପାରନ୍ତି । ବିଅରରେ ରଙ୍ଗକୁ ଭଲ କରିବାକୁ ଅନେକ କମ୍ପାନୀ ମାଛର ମୂତ୍ରାଶୟକୁ ବ୍ୟବହାର କରିିଥାନ୍ତି । ଆପଣ ବିଅରର ରଙ୍ଗକୁ ଭାରି ଭଲପାଉଥାଇପାରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ