୬ନଂ ଜୋନ୍ ପାଇଁ ବିଜେଡିର ପ୍ରଚାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଖରଷଣ୍ଢା ଗ୍ରାମ ଠାରେ ୬ନଂ ଜୋନ ଜିଲ୍ଲାପରିଷଦ ପ୍ରାର୍ଥିଙ୍କ ପାଇଁ ବିଜେଡିର ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ବିଜେଡି ଯୁବନେତା ଇଂ. ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ବିଜେଡି ଦଳର ଜିଲ୍ଲାପରିଷଦ ପ୍ରାର୍ଥି ଶାସନମୁ ବାଲାରାଜୁଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜୁ, ବିରିଷ୍ଠ ନେତା ଜମିଦାର ପଟ୍ଟନାୟକ, ଯୁବ ନେତା ଦେବୀ ପ୍ରସ।।ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖି ଲୋକଙ୍କ ନିକଟକୁ ଯାଇ ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ପ୍ରଚାର ପ୍ରସାର କରିଥିଲେ ।