୬ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପି ନେତାଙ୍କ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକର ୬ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଜମଧର ପଞ୍ଚାୟତରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସଂଗୀତା ରାଉତଙ୍କ ସପକ୍ଷରେ ବରିଷ୍ଠ ବିଜେପି ନେତା ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଉପସଭାପତି ସଲିମ ଖାନ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଛନ୍ତି । ବିଜେପି ନେତା ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଳ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ପଞ୍ଚାୟତର ଭୋଟର ଏବଂ ମୁଖ୍ୟତଃ ସଂଖ୍ୟାଲଘୁ ସଂପ୍ରଦାୟର ଭୋଟରମାନଙ୍କୁ ଅବଗତ କରାଇବା ସହ ଦଳର ପ୍ରାର୍ଥୀନୀଙ୍କୁ ପଦ୍ମ ଚିହ୍ନରେ ବହୁ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା ସଭାପତି ବୁରହାନ ଅଲ୍ଲୀ, ସାଧାରଣ ସମ୍ପାଦକ ମୀର ସଲିମ, ନଗର ସଭାପତି ମହମ୍ମଦ ଆଝାରୁଦ୍ଦିନ, ସେକ ଜମିଲ, ସେକ ବାବୁ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଶୋଭନ ଆଚାର୍ଯ୍ୟଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ