୬ନମ୍ବର ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ପଦରେ ପ୍ରାର୍ଥୀ ହୋଇଛନ୍ତି – “ନିର୍ମଳା ମହାନ୍ତି”
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷା ନିର୍ମଳା ମହାନ୍ତି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରାପଡ଼ା ବ୍ଲକର ୬ନମ୍ବର ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ପଦରେ ପ୍ରାର୍ଥୀ ହୋଇଛନ୍ତି । ଶ୍ରୀମତୀ ମହାନ୍ତି ଗତ ୨୦୦ରୁ ୨୦୦୭ମସିହା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ବ୍ଲକର ଅଧ୍ୟକ୍ଷା ଥିଲେ । ଶ୍ରୀମତୀ ମହାନ୍ତି ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ବିଜେଡି ନେତା ପ୍ରଦୀପ୍ତ କୁମାର ମହାନ୍ତିଙ୍କ ପତ୍ନୀ । ପ୍ରଦୀପ୍ତ କୁମାର ମହାନ୍ତି ଗତ ୧୯୯୨ରୁ ୧୯୯୫ ମସିହା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ବ୍ଲକର ଅଧ୍ୟକ୍ଷ ଥିଲେ । ଶ୍ରୀମତୀ ମହାନ୍ତିଙ୍କ ସ୍ୱାମୀ ପ୍ରଦୀପ୍ତ ମହାନ୍ତି କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିବା ସମୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ । ସେହିପରି ଶ୍ରୀମତୀ ମହାନ୍ତି ମଧ୍ୟ ଅଧ୍ୟକ୍ଷା ଥିବା ବେଳେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ୬ ନମ୍ବର ଜିଲ୍ଲା ପରିଷଦ ଜୋନଟି ଗୁଲନଗର, ଯମଧର, ଭାଗବତପୁର, ଚକ୍ରୋଡ଼ା, ଭରତପୁର ଏବଂ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତକୁ ନେଇ ଗଠିତ । ଏହି ଜୋନରେ ୨୦୦୨ ମସିହାରେ ଶ୍ରୀମତୀ ମହାନ୍ତି ବ୍ଲକ ଅଧ୍ୟକ୍ଷା ଥାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ସେହିପରି ତାଙ୍କ ସ୍ୱାମୀ ମଧ୍ୟ ୧୯୯୨ରୁ ୧୯୯୫ ମସିହା ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଥିବା ସମୟରେ ଏହି ପଞ୍ଚାୟତଗୁଡିକର ବହୁବିଧ ଉନ୍ନତି କରିଥିଲେ । ତେଣୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଦଳୀୟ ଟିକଟ ଦେଇଥିବା ଶ୍ରୀମତୀ ମହାନ୍ତି କହିଛନ୍ତି । ସେ କହିଛନ୍ତି ମୁଁ ପୂର୍ବରୁ ବ୍ଲକ ଅଧ୍ୟକ୍ଷା ଥିଲି । ମୋ ସ୍ୱାମୀ ପ୍ରଦୀପ୍ତ ମହାନ୍ତି ବିଜୁ ବାବୁଙ୍କର ଜଣେ ଅନୁଗାମୀ ଥିଲେ । ସେ ଗତ ୧୯୮୪ ମସିହାରେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଥମେ ଚକ୍ରୋଡ଼ା ପଞ୍ଚାୟତର ସରପଞ୍ଚ ଭାବେ ବହୁ ମତରେ ବିଜୟୀ ହୋଇଥିଲେ । ବିଜୟୀ ହେବାପରେ ସେ ଚକ୍ରୋଡ଼ା ପଞ୍ଚାୟତର ବହୁବିଧ ଉନ୍ନତି କରିଥିଲେ । ତେଣୁ ପରବର୍ତ୍ତୀ ସମୟରେ କେନ୍ଦ୍ରାପଡ଼ା ବ୍ଲକର ଜନସାଧାରଣ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଅଧ୍ୟକ୍ଷ ପଦରେ ବିଜୟୀ କରାଇଥିଲେ । ଏଥିସହ ମୋତେ ମଧ୍ୟ କେନ୍ଦ୍ରାପଡ଼ା ବ୍ଲକର ଜନସାଧାରଣ ବ୍ଲକ ଅଧ୍ୟକ୍ଷା ହେବାର ସୌଭାଗ୍ୟ ପ୍ରଦାନ କରିଥିଲେ । ଲୋକମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଇ ମୁଁ ଏହି ଜୋନର ଜିଲ୍ଲା ପରିଷଦ ସଭ୍ୟା ପଦରେ ପ୍ରତିଦ୍ୱନ୍ଦିତା କରିବାକୁ ପ୍ରାର୍ଥୀ ହୋଇଛି ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି । ଶ୍ରୀମତୀ ମହାନ୍ତି କହିଛନ୍ତି ଦୁର୍ବାର ସେବା ମନୋବୃତି, ଲୋକଙ୍କ ସୁଖ ଦୁଃଖରେ ଛିଡା ହେବାର ଦୃଢ ଇଛାଶକ୍ତି ଓ ଲୋକଙ୍କ ଭଲ ପାଇବାକୁ ପାଥେୟ କରି ମୁଁ ନିର୍ବାଚନ ମୈଦାନରେ ଅବତ୍ତୀର୍ଣ୍ଣ ହୋଇଛି ।