୬ନମ୍ବର ଜୋନର ୬ଟି ପଞ୍ଚାୟତରେ ବିଜୟୀ ସରପଞ୍ଚ ଓ ସମିତିସଭ୍ୟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକର ୬ନମ୍ବର ଜୋନରେ ଶ୍ୟାମସୁନ୍ଦରପୁର, ଭରତପୁର, ଚକ୍ରୋଡା, ଭାଗବତପୁର, ଜମଧର ଓ ଗୁଲନଗର ପ୍ରଭୃତି ୬ଟି ପଞ୍ଚାୟତ ରହିଛି । କେନ୍ଦ୍ରାପଡା ବ୍ଲକ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଘୋଷଣା ଅନୁଯାଇ ଶ୍ୟାମସୁନ୍ଦର ପଞ୍ଚାୟତରେ ସରପଞ୍ଚ ଭାବେ ଅଙ୍କୁର ସେଠୀ ବିଜୟୀ ହୋଇଥିବା ବେଳେ ଭରତପୁର ପଞ୍ଚାୟତରେ ସରପଞ୍ଚ ଭାବେ ନିଳାମ୍ବର ମଲିକ ବିଜୟୀ ହୋଇଛନ୍ତି । ସେହିଭଳି ଭାଗବତପୁର ପଞ୍ଚାତରେ ସରପଞ୍ଚ ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ବିଜୟୀ ହୋଇଥିବା ବେଳେ ଚକ୍ରୋଡା ପଞ୍ଚାୟତର ସରପଞ୍ଚ ଭାବେ ତନୁଜା ନାୟକ ବିଜୟୀ ହୋଇଛନ୍ତି । ଜମଧର ପଞ୍ଚାୟତର ସରପଞ୍ଚ ଭାବେ ରାଜ କିଶୋର ଖୁଣ୍ଟିଆ ବିଜୟୀ ହୋଇଥରବା ବେଳେ ଗୁଲନଗର ପଞ୍ଚାୟତର ସରପଞ୍ଚ ଭାବେ ସନ୍ଧ୍ୟାରାଣୀ ସାହୁ ବିଜୟୀ ହୋଇଛନ୍ତି । ସେହିଭଳି ଶ୍ୟାମସୁନ୍ଦରପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ଉର୍ମିଳା ସେଠୀ ବିଜୟୀ ହୋଇଥିବା ବେଳେ ଭରତପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ପ୍ରଣତି ବେହେରା, ଚକ୍ରୋଡା ପଞ୍ଚାୟତର ସମିତିସଭ୍ୟ ଭାବେ ଝୁନି ପ୍ରଭା ରାଉତ, ଭାଗବତପୁର ପଞ୍ଚାୟତର ସମିତିସଭ୍ୟ ଭାବେ ପ୍ରମିଳା ମିଶ୍ର, ଜମଧର ପଞ୍ଚାୟତର ସମିତିସଭ୍ୟ ଭାବେ ଦେବାଶିଷ ଦାସ ଓ ଗୁଲନଗର ପଞ୍ଚାୟତର ସମିତିସଭ୍ୟ ଭାବେ ଚିନ୍ମୟୀ ସାହୁ ବିଜୟୀ ହୋଇଛନ୍ତି ।


