୬ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ପ୍ରଦୀପ୍ତଙ୍କ ପ୍ରଚାର ଯୋରଦାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୬ନମ୍ବର ୱାର୍ଡରେ ବିଜୁ ଜନତା ଦଳର କାଉନସିଲର ପ୍ରାର୍ଥୀ ଭାବେ ପ୍ରଦୀପ୍ତ କୁମାର ଜେନା ଚଳିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ପ୍ରଦୀପ୍ତ ସେହି ୱାର୍ଡର ଘରକୁ ଘର ବୁଲି ତାଙ୍କ ଭୋଟ ପ୍ରଚାର ଚଲାଇଥିବା ବେଳେ ଚଳିତ ପୈାରନିର୍ବାଚନରେ ତାଙ୍କୁ ଶଙ୍ଖ ଚିହ୍ନରେ ସୁଇଚ ଟିପି ବିପୁଳ ସଂଖ୍ୟାରେ ଭୋଟଦେବାକୁ ଲୋକମାନଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଜଣେ ଆଦର୍ଶ ଶିକ୍ଷକଙ୍କ ସୁପୁତ୍ର ପ୍ରଦୀପ୍ତ ଜଣେ ସରଳ, ମେଳାପି, ଅମାୟିକ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ସାଧାରଣରେ ସୁପରିଚିତ । ଲୋକଙ୍କ ସୁଖଦୁଃଖରେ ସେମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇବା ହେଉଛି ତାଙ୍କର ଏକ ସ୍ୱତନ୍ତ୍ରତା । ବଳଦେବ ହାଇସ୍କୁଲର ପ୍ରାକ୍ତନ ଆଦର୍ଶ ଶିକ୍ଷକ ସ୍ୱର୍ଗତ ପ୍ରଭାତରଞ୍ଜନ ଜେନା(ରଞ୍ଜନ ସାର)ଙ୍କ ପୁତ୍ର ଭାବରେ ସାରା କେନ୍ଦ୍ରାପଡା ସହରରେ ପ୍ରଦୀପ୍ତ ସୁପରିଚିତ ଅଟନ୍ତି । କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଆଶ୍ରିର୍ବାଦ ନେଇ ଏବଂ ସ୍ୱର୍ଗତ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରଦୀପ୍ତ ଚଳିତ ପୈାର ନିର୍ବାଚନରେ ଜନସମର୍ଥନ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ