୬ଲକ୍ଷ ଟଙ୍କା ଠକାମୀର ଶିକାର ହେଲେ ଦମ୍ପତ୍ତି

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ଖଇରାବାଦ ଗ୍ରାମର ଶତୃଘ୍ନ ମହାରଣାଙ୍କ ପୁଅ ସନ୍ତୋଷ କୁମାର ମହାରଣା ଗତ ୨୦୨୦ମସିହା ଜାନୁଆରୀମାସ ୭ତାରିଖରେ ସେହି ଥାନା ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁର ଗ୍ରାମର ନାରାୟଣ ଓଝା ଏବଂ ତାଙ୍କ ପତ୍ନୀ ସୁଲେଖା ଓଝାଙ୍କ ଠାରୁ ପ୍ରାୟ ୬ଲକ୍ଷ ଟଙ୍କା ହାତ ଉଧାରୀ ନେଇଥିଲେ । ସେହି ଅର୍ଥ ଫେରସ୍ତ ପାଇବା ପାଇଁ ଉଭୟ ଦମ୍ପତ୍ତି ସନ୍ତୋଷକୁ ବାରମ୍ବାର ମାଗିବା ସତ୍ୱେ ସନ୍ତୋଷ ଉଦ୍ଧାର ଅର୍ଥ ଫେରସ୍ତ ନକରିବା ସହ ସେମାନଙ୍କୁ ନିରାଶ କରିଥିଲେ । ଗତ ସାତମାସ ହେବ ସନ୍ତୋଷ ଫେରାର ହୋଇଯାଇଥିବା ସମ୍ପର୍କରେ ଖବର ପାଇବା ପରେ ଶେଷରେ ସେହି ଦମ୍ପତ୍ତି ନିରୁପାୟ ହୋଇ କୋର୍ଟର ଦ୍ୱାରସ୍ତ୍ୟ ହୋଇଛନ୍ତି । ସନ୍ତୋଷ ଉଦ୍ଧାର ନେବା ସମୟରେ ପ୍ରଦାନ କରିଥିବା ସମସ୍ତ କାଗଜାଦ ଜାଲ ହୋଇଥିବା ଜାଣିବା ପରେ ଉଭୟ ଦମ୍ପତ୍ତି ସନ୍ତୋଷଙ୍କ ନାମରେ କୋର୍ଟରେ ୪୨୦(ଠକାମି) ଦଫାରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ