୬୦ଜଣ ସଂଗରୋଧ କେନ୍ଦ୍ରରେ ଥିବା ସନ୍ଦିଗ୍ଧଙ୍କର ସ୍ୱାବ ପରୀକ୍ଷା ପାଇଁ ପଠାଗଲା

ଛତ୍ରପୁର (ଓ୍ବାଇଏନ୍ଏସ୍) : ଗତ କିଛିଦିନ ହେଲା ସୁରତରୁ ବସ୍ ଓ ଟ୍ରେନ ଯୋଗେ ଗଂଜାମ ଜିଲ୍ଲାକୁ ଫେରିଥିବା ପ୍ରବାସୀ ଓଡିଆ ମାନେ ଛତ୍ରପୁର ବ୍ଲକର ବଡମାଧପୁର ଓ ପୋଟ୍ଟଲାମପୁର ଗ୍ରାମ ପଞ୍ଚାୟତ ବିଭିନ୍ନ ସଂଗରୋଧ ଗୃହରେ ରହିଥିବା ବେଳେ ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬୦ଜଣ ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା କରାଯାଇ ବ୍ରହ୍ମପୁର କୁ ପଠାଯାଇଥିବା ସୂଚନା ମିଳିଛି । ଏହି ସ୍ୱାବ ପରୀକ୍ଷାରେ ଡାକ୍ତର ସୁଶୀଲ ରେଡ୍ଡୀ, ଡାକ୍ତର ଚନ୍ଦ୍ର ଶେଖର ମିଶ୍ର, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ ସିମାଞ୍ଚଳ ପ୍ରଧାନ, ସୁପରଭାଇଜର କ୍ରିଷ୍ଣା ଚନ୍ଦ୍ର ଜେନା, ମହେନ୍ଦ୍ର ବେହେରା, ରଂଜନ ରାଉଲ ଓ ଲିଲି ଦାଶଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ବହୁ କର୍ମଚାରି ମାନେ ସହଯୋଗ କରିଥିଲେ ।ଞ୍ଚ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ