୬୨ କିଲୋ ଗଂଜେଇ ସହ ପିକଅପ ଗାଡି ଜବତ,୨ ଗିରଫ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଏସପି ନିର୍ଦେଶ କ୍ରମେ ମୋହନା ଥାନା ଏସ ଆଇ କୃଷ୍ଣ ମଲିକ ଓ ତାଙ୍କ ଟିମ୍ ଚନ୍ଦ୍ରଗିରି ମୋହନା ଅଞ୍ଚଳ ରେ ପେଟ୍ରଲିଙ୍ଗୀ କରିବା ବେଳେ ଗଂଜେଇ ଗାଡି କୁ ମାଡି ବସିଲା ପୋଲିସ, ଗଂଜେଇ ଗାଡି ସହ ୨ଜଣକୁ ଗିରଫ l ଘଟଣା ଘଟିଛି ମୋହନା ଥାନା ଅନ୍ତର୍ଗତ ଆକିଲି ଛକ ନିକଟରେ l ସୂଚନା ପ୍ରକାରେ ମୋହନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବୋଲେରୋ ପିକଅପ କୁ ଅଟକ ରଖି ଯାଞ୍ଚକରିବା ସମୟରେ ପଛ ଡାଲାରେ ଏକ ଅଖା ବ୍ୟାଗ ଲଦା ହୋଇଥିବା ଦେଖିବାକୁ ପାଇଥିଲା l ଯାଞ୍ଚ କରି ସେଥିରୁ ଗଂଜେଇଥିବା ଜାଣି ଗାଡି କୁ ଜବତ କରିବା ସହ ଗଞେଇ କୁ ମୋହନା ବିଡ଼ିଓ ତପସ୍ପିନି ହାଂସଦା ଙ୍କ ଉପସ୍ଥିତ ରେ ଓଜନ କରଯାଇଥିଲା ଯାହାକୁ ୬୩ କିଲ ହେଇଥିଲା ଏହି ଘଟଣାରେ ଅଡବାଥାନା ଅଞ୍ଚଳ କଇଠପଡା ଗ୍ରାମର ମଜେଶ ଗମାଙ୍ଗ ଓ ପାଲକୁଆ ଗ୍ରାମର ସୁନୀଲ ମଳିକ କୁ ଗିରଫ କରାଯାଇଥିବା ଥାନା ଅଧିକାରି ପ୍ରଶାନ୍ତ କୁମାର ନିଶିକା କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ